ଗୋରୁ ଚୋରା ଚାଲାଣ ବେଳେ ବରଗଡ ବଜରଙ୍ଗ ଦଳ ଦ୍ଵାରା ଅଟକ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଛତିଶଗଡରୁ ରାଜ୍ୟ ସୀମା ପାରି ହୋଇ କଲିକତାକୁ ଏକ କଣ୍ଟେନରରେ ଗୋରୁ ଚୋରା ଚାଲାଣ କରୁଥିବା ବେଳେ ବରଗଡ଼ ବଜରଙ୍ଗ ଦଳର କର୍ମୀମାନଙ୍କ ଦ୍ଵାରା ଧରାପଡିଥଲା । ତେବେ ଘଟଣା ସ୍ଥଳକୁ ପୋଲିସ ପହଞ୍ଚିବା ପୂର୍ବରୁ ସମସ୍ତଙ୍କୁ ଚକମା ଦେଇ କଣ୍ଟେନର ଡ୍ରାଇଭର ଫେରାର ହୋଇଯାଇଥିଲା । ସୂଚନା ମତେ ଗତକାଲି ରାତିରେ ଛତିଶଗଡ଼ରୁ କୋଲକାତାକୁ ସଂଯୋଗ କରୁଥିବା ୫୨ ନମ୍ବର ଜାତୀୟ ରାଜପଥ ଦେଇ ଏକ କଣ୍ଟେନରରେ ୫୦ରୁ ଅଧିକ ଗାଈମାନଙ୍କୁ ଚୋରା ଚାଲାଣ କରୁଥିବା ଖବର ପାଇ ବଜରଙ୍ଗ ଦଳର ଜନୈକ କର୍ମୀ ସୋହେଲାଠାରୁ ତା’ ପଛରେ ଗୋଡ଼େଇ ଥିଲେ । ହେଲେ ସେ ତାକୁ ରୋକିବାରେ ବିଫଳ ହୋଇଥିଲେ । ପରେ ବରଗଡ଼ ବଜରଙ୍ଗ ଦଳର କର୍ମୀମାନଙ୍କୁ ଏ ସଂପର୍କରେ ଜଣାଇବା ପରେ ବିକାଶ ଅଟଳ ଛକଠାରେ ଉକ୍ତ କଣ୍ଟେନରକୁ କର୍ମୀମାନେ ରୋକିବାରେ ସଫଳ ହୋଇଥିଲେ । ଏସଂକ୍ରାନ୍ତରେ ସେମାନେ ପୋଲିସର ରାତ୍ରୀ କାଳୀନ ପେଟ୍ରୋଲିପ୍ସକୁ ଖବର ଦେବା ସମୟରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । କଣ୍ଟେନର ନଂ. ଡବ୍ଲୁବି- ୪୯-୦୦୪୨ ନମ୍ବର ଥିବା ଗାଡିକୁ ବରଗଡ ପୋଲିସ ଜବତ କରିବା ସହ ଗାଈମାନଙ୍କୁ ସେଥିମଧ୍ୟରୁ ଉଦ୍ଧାର କରାଯାଇଥିଲା । ସେଥିରେ ପାଖାପାଖି ୫୦ରୁ ଅଧିକ ଗୋରୁ ଥିବା ଅନୁମାନ କରାଯାଉଛି । ଆବଶ୍ୟକଠାରୁ ଅଧିକ ଗାଈ ସେଥିରେ ଥିବାରୁ ଅନେକ ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ମୁମୁର୍ଷୁ ଅବସ୍ଥାରେ ରହିଥିବା ସୂଚନା ମିଳିଛି । ବରଗଡ଼ ଟାଉନ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.

fifteen − thirteen =