ବାର୍ଦ୍ଧକ୍ୟ ଭତ୍ତା ରମେଶଙ୍କ ପାଇଁ ସାତସପନ

ବାଲେଶ୍ୱର, (କେପିଏନ୍‌ଏସ୍‌) : ସରକାରଙ୍କ ପକ୍ଷରୁ ମାଳମାଳ ଯୋଜନା କରାଯାଇଥିଲେ ମଧ୍ୟ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ସୁନାଧରବସାଣ ଗ୍ରାମପଞ୍ଚାୟତର ସୁନାଧରବସାଣ ଗ୍ରାମର ରମେଶ ଦଳାଇ ନାମକ ବୃଦ୍ଧ ୬୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ପେନସନ ଯୋଜନାରେ ଜଣେ ପ୍ରକୃତ ହିତାଧିକାରୀ ତଥାପି ପେନସନ ପାଇବାରୁ ବଞ୍ଚିତ ହୋଇଛନ୍ତି । ବାରମ୍ବାର ପଞ୍ଚାୟତ ଏବଂ ବ୍ଲକ କାର୍ଯ୍ୟାଳୟରେ ସେ ଆବେଦନ କରି ସରପଞ୍ଚ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗୁହାରି କଲେ ମଧ୍ୟ କେହି ଶୁଣୁ ନାହାନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

୨୦୧୯ ମସିହାରେ ଡ଼ିସେମ୍ବର ମାସ ୨୩ ତାରିଖରେ ହୋଇଥିବା ‘ଜଣାଶୁଣାଣି’ରେ ଜ଼ିଲ୍ଲାପାଳଙ୍କୁ ଗୁହାରି କରିଥିଲେ ମଧ୍ୟ ସେ ଭତ୍ତା ପାଇପାରିନାହାନ୍ତି । ପୁଣି ଥରେ ଜ଼ିଲ୍ଲାପାଳଙ୍କ ଅଫିସକୁ ଦୌଡ଼ି ଦୌଡ଼ି ନାକେଦମ ହେବା ପରେ ମଧ୍ୟ ତାଙ୍କୁ ମିଳିପାରି ନାହିଁ ବାର୍ଦ୍ଧକ୍ୟ ଭତ୍ତା । ଏଥର ମିଳିଯିବ ବୋଲି ସବୁଠି ମିଳୁଛି ଆଶ୍ୱସନା । ତେବେ ସରକାରୀ ନିୟମାନୁୟାୟୀ ୬୦ ବର୍ଷ ହେଲେ ଜଣେ ଯୋଗ୍ୟ ହିତାଧିକାରୀ ଭାବେ ପରିଚିତ ହୁଏ । କିନ୍ତୁ ଏହାଙ୍କ କ୍ଷେତ୍ରରେ ଅଲଗା । ତେଣୁ ଆବଶ୍ୟକ ତଦନ୍ତ କରି ରମେଶ ଦଳାଇଙ୍କୁ ବାର୍ଦ୍ଧକ୍ୟ ଭତ୍ତାରେ ସାମିଲ କରିବା ପାଇଁ ସାଧାରଣରେ ଦାବୀ ହେଉଛି । ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ତାଙ୍କୁ ତୁରନ୍ତ ଭତ୍ତା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

20 − nineteen =

error: Content is protected !!