ମାନସିକ ବିକାର ଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରି ଥଇଥାନ କଲେ ଦୁଇ ସ୍ୱେଛାସେବୀ ସଂଗଠନ

କଳାହାଣ୍ଡି, (ପି.କେ ସାହୁ) : କିଛିଦିନ ତଳେ ଏକ ମାନସିକ ବିକାର ଗ୍ରସ୍ତ ମହିଳା ଭବାନୀପାଟଣା ସହରରେ ଏଣେ ତେଣେ ବୁଲୁଥିଲେ । ସେ ବିଭିନ୍ନ ଅଫିସକୁ ଯାଇ କର୍ମଚାରୀଙ୍କୁ ମଧ୍ୟ ଗାଳି ଗୁଲଜ କରିଛନ୍ତି । ସେ ଖାଇବା ପିଇବା ନେଇ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ମହିଳାଙ୍କୁ କିଛିଦିନ ତଳେ ଜିଲ୍ଲାପାଳଙ୍କ ନିର୍ଦେଶରେ ତାଙ୍କୁ ଉଦ୍ଧାର କରି ଭବାନୀପାଟଣା ସ୍ଥିତ ଗଙ୍ଗାଧର ଯୁବକ ସଙ୍ଘ ଆଶ୍ରମରେ ରଖାଯାଇଥିଲା । ଏହି ଉଦ୍ଧାର କାର୍ଯ୍ୟରେ କଳାହାଣ୍ଡିର ଦୁଇ ସ୍ୱେଛାସେବୀ ସଂଗଠନ ଖୁସି ଚାରିଟେବୁଲ ଟ୍ରଷ୍ଟ ଓ ସୋସିଆଲ ଆକ୍‌ଟିଭିଷ୍ଟ ଅଫ କଳାହାଣ୍ଡିର ସଦସ୍ୟା/ସଦସ୍ୟ ମାନେ ସହଯୋଗ କରିଥିବା ବେଳେ ତାଙ୍କୁ ନେବାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଫିସ ତରଫରୁ ନେବାର ସହଯୋଗ କରିଥିଲେ ଏବଂ ଉନ୍ନତ ମାନର ଚିକିତ୍ସା ଯୋଗାଇ ଦେବାକୁ ଝାରସୁଗୁଡାର ମିଶନ ଆଶ୍ରୟ ନେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ପରେ ତାଙ୍କୁ ଗତକାଲି ଜିଲ୍ଲାପାଳଙ୍କ ସହାୟତାରେ ଦୁଇ ସଂଗଠନର କର୍ମକର୍ତାଙ୍କ ସହଯୋଗରେ ଝାରସୁଗୁଡା ସ୍ଥିତ ମିଶନ ଆଶ୍ରୟକୁ ନେଇ ଯାଇଥିଲେ କ୍ଷ ସେଠାରେ ମିଶନ ଆଶ୍ରୟର କର୍ମକର୍ତା ତାଙ୍କୁ ଗ୍ରହଣ କରିଥିଲେ । ସେ ଏବେ ସେଠାରେ ରହିବେ । ତାଙ୍କର ସମସ୍ତ ଦାୟିତ୍ୱ ମିଶନ ଆଶ୍ରୟ ବହନ କରିବ । ଏଥିରେ ଯଶୋବନ୍ତ ରଣା, ରାଜେଶ ଗୌଡ଼, ସୁନିତା ନାଏକ, ଗୁଡ଼ି, ନୀଳକଣ୍ଠ ପାଞ୍ଜି, ବଂଶୀଧର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ସମାଜସେବୀ ମାନଙ୍କ ଏପରି କାର୍ୟ୍ୟକୁ ବୁଦ୍ଧିଜୀବୀ ମହଲରେ ଢେର ସାରା ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

seventeen − 8 =

error: Content is protected !!