ପାଟଣାଗଡରେ ନୂତନ ଉପଜିଲ୍ଲାପାଳଙ୍କ ଯୋଗଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ପାଟଣାଗଡ଼ ନୂତନ ଉପଜିଲ୍ଲାପାଳ ଭାବେ ଡ଼ ବିଜୟାନନ୍ଦ ସେଠୀ ଯୋଗଦାନ କରିଛନ୍ତି । ପୂର୍ବରୁ ଉପଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ରାୟଗଡ଼ାକୁ ବଦଳି ହେବା ପରେ ପ୍ରାୟ ତିନି ମାସ ଧରି ପାଟଣାଗଡ଼ ତହସିଲଦାର ଡ଼ ପୁଷ୍ପାଞ୍ଜଳି ପଣ୍ଡା ଉପଜିଲ୍ଲାପାଳ ଦାୟିତ୍ଵରେ ଥିଲେ । ଆଜି ନୂତନ ଭାବେ ଉପଜିଲ୍ଲାପାଳ ଶ୍ରୀ ସେଠୀ ଯୋଗଦାନ ପୁର୍ବରୁ ତିନି ବର୍ଷ କାଳ ଗଞ୍ଜାମ ଜିଲ୍ଲାରେ ଡେପୁଟି କଲେକ୍ଟର (ଇଲେକ୍‌ସନ) ଭାବେ ଅବସ୍ଥାପିତ ଥିଲେ । ପାଟଣାଗଡ଼ ଉପଖଣ୍ଡର ବିକାଶ ଦିଗରେ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି । ନୂତନ ଉପଜିଲ୍ଲାପାଳ ଶ୍ରୀ ସେଠୀ ବିଭିନ୍ନ ପଦାଧିକାରୀଙ୍କୁ ତାଗିଦ କରିବା ସହ ନିଜର ବ୍ୟକ୍ତିତ୍ଵକୁ କଥାରେ ନୁହେଁ କାମ କରିଦେଖାଇବାକୁ ପରାମର୍ଶ ଦେଇଥିବା ବେଳେ ଭଲ କାମ କଲେ ଆଗାମୀ ଦିନରେ ଜନସାଧାରଣଙ୍କ ମନରେ ପ୍ରିୟଭାଜନ ହୋଇପାରିବ ବୋଲି କହିଛନ୍ତି ।

Leave A Reply

Your email address will not be published.

16 + 20 =

error: Content is protected !!