pr

ପାଣି ମୋଟର ପମ୍ପ ଚୋରି ଅଭିଯୋଗରେ ୬ ଜଣ ଗିରଫ : ୨ ମୋଟର ଉଦ୍ଧାର, ୨ ମୋଟର ସାଇକେଲ ଜବତ

dr. purohit

ଖପ୍ରାଖୋଲ, (ଗୋରେଖନାଥ ବରିହା) : ଖପ୍ରାଖୋଲ ଥାନା ଅଂଚଳରେ କିଛି ଦିନ ହେଲା ପାଣି ମୋଟର ପମ୍ପ ଚୋରି ଅଭିଯୋଗ ହୋଇ ଆସୁଥିବା ବେଳେ ଖପ୍ରାଖୋଲ ପୋଲିସକୁ ଶେଷରେ ମିଳିଛି ବଡ଼ ସଫଳତା । ପାଣି ମୋଟର ପମ୍ପ ଚୋରି ଅଭିଯୋଗରେ ୬ ଜଣକୁ ପୋଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନେ ହେଲେ ପାଟଣାଗଡ ଥାନା ସାନ ବିଛିଲିବାହାଲ ଗାଁର ପ୍ରଜ୍ଞାନ ଓରଫ୍ କଦମ ବରିହା(୨୨), ଚୁଲାଦୋରୋ ଗାଁର ସୁଶାନ୍ତ ବରିହା(୩୦), ସୁବଳ ଓରଫ ଉତ୍ତମ ବରିହା(୨୨), ରାମପୁରର ତ୍ରୀପତୀ ନାଗ(୨୬), ଶ୍ରୀନିବାସ ଜେନା(୪୨), କୁକୁରମୁଣ୍ଡାର ବନମାଳୀ ମେହେର (୪) ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଖପ୍ରାଖୋଲ ଥାନା ବଞ୍ଜିପାଲି ଗାଁର ଚାଷୀ ଶ୍ରୀମନ୍ତ ନାଏକ ଗତ ଜୁଲାଇ ୨୬ ତାରିଖ ରାତିରେ ତାଙ୍କ ଜମିରେ ଜଳ ସେଚନ ପାଇଁ ଥିବା ପାଣି ମୋଟର ପମ୍ପକୁ କେହି ଚୋରି କରି ନେଇଥିବା ୨୭ ତାରିଖ ଖପ୍ରାଖୋଲ ଥାନାରେ ଅଭିଯୋଗ କରିଥିଲେ । ସେହିପରି ଗାଁର ଅନ୍ୟ ଦୁଇଜଣ ଚାଷୀଙ୍କ ମଧ୍ୟ ମୋଟର ପମ୍ପ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ସେହିପରି ପୂର୍ବରୁ ଜୁନ୍‌ ୨୪ ତାରିଖ ବେନକେରା ଗାଁର ପାଞ୍ଚ ଜଣ ଚାଷୀଙ୍କ ପାଣି ମୋଟର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାର ତଦନ୍ତ ପୋଲିସ ଚଳାଇଥିବା ବେଳେ ଚୋରଙ୍କୁ ଧରିବାରେ ସଫଳ ହୋଇଛି । ଏହି ଘଟଣାରେ ଚାରି ଜଣ ଚୋର ସମେତ ଚୋରି ସାମଗ୍ରୀ କିଣିବା ଅଭିଯୋଗରେ ଶ୍ରୀନିବାସ ଓ ବନମାଳୀଙ୍କୁ ଗିରଫ କରି ମୋଟ ଛଅ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାର କରିବା ସହ ଅଭିଯୁକ୍ତଙ୍କ ଠାରୁ ଦୁଇ ମୋଟର ଉଦ୍ଧାର ହୋଇଛି ଏବଂ ଦୁଇ ମୋଟର ସାଇକେଲ ଓ ୨୦ କେଜି ତମ୍ବା ତାର ଜବତ କରିଥିବା ପ୍ରକାଶ କରିଛନ୍ତି ।

nrusinghnath
Leave A Reply

Your email address will not be published.