pakka

କାଦୁଅ ପଚ ପଚ ରାସ୍ତା ପାଲଟିଛି ଡିଆଡୁମ୍ବେର ଗ୍ରାମବାସୀଙ୍କ ପାଇଁ ସାହାରା

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁନାମୁଦୀ ଗ୍ରାମ ପଂଚାୟତର ଡିଆଡୁମ୍ବେର ଗାଁରେ ଏଯାଏଁ ନିର୍ମାଣ ହୋଇପାରିନି ରାସ୍ତା । ଏହି ଗାଁର ଲୋକମାନଙ୍କ ପାଇଁ ଏହି କାଦୁଅ ପଚ ପଚ ରାସ୍ତା ହିଁ ସାହାର ପାଲଟିଛି । ଏହି ଗାଁରୁ ଅନେକ ଛାତ୍ରଛାତ୍ରୀ ଏହି ରାସ୍ତା ଦେଇ ପାଠ ପଢି ଯାଉଥିବା ବେଳେ ଗାଁର ଲୋକମାନେ ମଧ୍ୟ ମେଡିକାଲ କାମରେ କିମ୍ବା ତାଙ୍କ ନିତିଦିନିଆ କାମ ପାଇଁ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି । ତେବେ ଏହି ରାସ୍ତା କାଦୁଅରେ ଭର୍ତ୍ତି ହୋଇଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ଯିବା ଆସିବା କରିବାରେ ଅନେକ ସମସ୍ୟା ଉପୁଜୁଛି । ଏଥିପାଇଁ ଏହି ଡିଆଡୁମ୍ବେର ଗାଁର ଗ୍ରାମବାସୀମାନେ ସ୍ଥାନୀୟ ପ୍ରଶାସନକୁ ବହୁବାର ଗୁହାରି କରିଥିଲେ ସୁଦ୍ଧା ଏଯାଏଁ କୌଣସି ସୁଫଳ ମିଳିନି । ତେବେ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ବହୁ ଶୀଘ୍ର ଏହି ରାସ୍ତାର ମରାମତି କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

one × five =