pakka

ଟଙ୍କା କାରବାରକୁ ନେଇ ଅପହରଣ : କନ୍ଧକେଲଗାଁ ସମିତି ସଭ୍ୟାଙ୍କ ଦିଅରଙ୍କୁ ଅପହରଣ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ 

bbehera
  • ରାତି ଅଧିଆ ଅପହୃତାଙ୍କୁ ଛାଡିଲେ ଅପହରଣକାରୀମାନେ
  • ଟିଟିଲାଗଡ଼ ବିଜେପି ନେତା ଅଟକ                                

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା  କନ୍ଧକେଲଗାଁ ପଞ୍ଚାୟତର ସମିତି ସଭ୍ୟା ବନିତା ସାହୁଙ୍କ ଦିଅର ସୋଭାଗ୍ୟ ସାହୁଙ୍କୁ ଗତ ମଙ୍ଗଳବାର ଦିନ ସନ୍ଧ୍ୟାରେ ଅପହରଣ କରିଥିବା ବେଳେ ଆଜି ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତ ପଠାଇ ଦିଆଯାଇଛି । ଏହି ଘଟଣାରେ ସଇଁତଲା ପୁଲିସ ଥାନା କେସ୍‌ ନଂ. ୧୯୬/୨୨ରେ ଏକ ମାମଲା ରୁଜୁ କରି ଥାନା ଆଇଆଇସି ଅବନୀ କୁମାର ସାହୁ ଘଟଣା ଅଧିକ ତଦନ୍ତ  ଜାରି ରଖିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଗଣ୍ଡପତ୍ରାପାଲି ପଞ୍ଚାୟତର ଡ଼ୁମାଳପଡା ଗ୍ରାମର ଡୋଳାମଣି ବସ୍ତିଆ(୩୮), ଫପସି ଗାଁର ଲବେନ୍ଦ୍ର ବେହେରା (୩୫) ଓ ଗୋଏଲଭାଡ଼ି ଗ୍ରାମର ହୃଷିକେଶ ଚନ୍ଦନ (୨୮) ବୋଲି ଜଣାପଡିଛି । ପରେ ଅପହରଣକାରୀମାନେ ରାତି ଅଧିଆରେ ସୋଭାଗ୍ୟଙ୍କୁ ଜାତୀୟ ରାଜପଥ ରାସ୍ତା କଡରେ ଛାଡି ଦେଇ ଚାଲି ଯାଇଥିଲେ । ଏହି ଘଟଣାରେ ଟିଟିଲାଗଡ଼ ବିଜେପି ନେତାଙ୍କୁ ମଧ୍ୟ ପୋଲିସ ଅଟକ କରି ତଦନ୍ତ ଜାରି ରଖିଛି । ଯାହାକୁ ନେଇ ଅଂଚଳରେ ଚର୍ଚ୍ଚା ଧରିଛି । ପ୍ରକାଶ ଯେ, ସଇଁତଲା ଥାନା ଅନ୍ତର୍ଗତ ଗତ ମଙ୍ଗଳବାର ସାଢେ ୬ ଘଣ୍ଟା ସମୟରେ ଗୁର୍ଲାମାଲ ଛକ ୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ପପୁନ ଢାବାରେ  ସମିତି ସଭ୍ୟାଙ୍କ ଦିଅର ସୋଭାଗ୍ୟ ସାହୁ ଉପସ୍ଥିତ ଥିବାବେଳେ ସେହି ସମୟରେ ଡୋଳାମଣି ବସ୍ତିଆ ଓ ତାଙ୍କର କିଛି ୭/୮ ଜଣ ସହଯୋଗୀ ୨ ଗୋଟି ଚାରିଚକିଆ ଗାଡିରେ ଆସି ସୁମନ୍ତ ସାହୁ ତୁମର କିଏ ବୋଲି ପଚାରିବାରୁ ମୋର ବଡ଼ଭାଇ ବୋଲି କହିବାରୁ ସୋଭାଗ୍ୟଙ୍କୁ ଢାବାରୁ  ମାରଣାଅସ୍ତ୍ର ଓ ପିସ୍ତଲ ଦେଖାଇ ଟେକି ନେଇ ଗାଡିରେ ବସାଇ ନେଇଥିବା ତାଙ୍କର ସମ୍ପର୍କିୟ ବାବୁଲାଲ ସାହୁ ସଇଁତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ଘଟଣାକୁ ନେଇ ସଇଁତଲା ଥାନା ଅଧିକାରୀ ଏକ ଟିମ୍‌ ଗଠନ କରି ୩ ଜଣଙ୍କୁ ରାତି ଅଧିଆରେ ଗିରଫ କରିବାରେ  ସଫଳ ହୋଇଥିଲା । ଏହି ଘଟଣା ଟଙ୍କା କାରବାରକୁ ନେଇ ଅପହରଣ କରିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ବର୍ତ୍ତମାନ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏହି ଘଟଣାକୁ ନେଇ ଟିଟିଲାଗଡ଼ର ବିଜେପି ନେତା ତଥା  ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ଠାକୁରଙ୍କୁ ଅଟକ ରଖି ପଚାରାଉଚରା ଜାରି ରଖିଥିବା ଜଣାପଡିଛି ।     

jay balangir
Leave A Reply

Your email address will not be published.

two + 12 =

error: Content is protected !!