pakka

ବଉଳସିଂହା ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

bbehera

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଲ ବ୍ଲକ ଦପଲା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଉଳସିଂହାଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୂର୍ବତନ ଏବିଇଓ ଫାଲଗୁନି ମାଝୀ ଏବଂ ସମ୍ମାନିତ ଅତିଥି ଭାବେ ପରିବେଶବିତ୍‌ ଖଗେଶ୍ୱର ବସ୍ତିଆ, ସିଆରସିସି ନିରାକାର ସାହୁ ଯୋଗଦେଇ ଜୀବ ଜଗତର ମଙ୍ଗଳ ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ରହିଛି ବୋଲି କହିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲୀପ କୁମାର ମହାନ୍ତି ‘ଥିବା ଯଦି ଜଙ୍ଗଲ, ହେବା ଆମର ମଙ୍ଗଲ, ଚଲୁଥିବା ନଙ୍ଗଲ’ ନାରାଦେଇ ବୃକ୍ଷର ଉପକାରିତା ବିଷୟରେ ବୁଝାଇଥିଲେ । ବିଦ୍ୟାଳୟ ପରିଚାଳନା ସମିତି ସଭାପତି କୁଶ ପ୍ରଧାନ, ସହକାରୀ ଶିକ୍ଷକ ନାରାୟଣ ମହାକୁଡ଼, କେଶବ ପ୍ରଧାନ, ରାଜୀବ ସାହୁ, ସୁଶାନ୍ତ ବଣ୍ଡକି, ଲିଙ୍ଗରାଜ ତାଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷକ ଦିଲୀପ ମହାନ୍ତି ସଭାପତିତ୍ୱ କରିଥିଲେ । ଶିକ୍ଷକ କୁଶ ପ୍ରଧାନ ଧନ୍ୟବାଦ ଦେଇଥିଲେ । ପରେ ବିଦ୍ୟାଳୟ ପରିସରରେ ଦେବଦାରୁ, ଥୁଆ, ରବର ଓ ମିନିଚମ୍ପା ପ୍ରଭୃତି ଗଛ ଲଗାଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗଛର ଯତ୍ନ ନେବା ପାଇଁ ଦାୟିତ୍ୱ ନେଇଛନ୍ତି ।

jay balangir
Leave A Reply

Your email address will not be published.

two × 2 =

error: Content is protected !!