pakka

ବଲାଙ୍ଗିର କନ୍ଧପାଲିପଡ଼ାରେ ଆକ୍ରମଣ ଘଟଣାରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କନ୍ଧପାଲିପଡ଼ା ସ୍କୁଲ ସାମ୍ନାରେ ସାମାନ୍ୟ ବଚସାରୁ ଜଣେ ଯୁବକ ଅନ୍ୟ ଜଣେ ଯୁବକ ଓ ତାଙ୍କ ମାମୁଁଙ୍କୁ ଆକ୍ରମଣ କରିଥିବା ବେଳେ ଏଥିରେ ମାମୁଁ ଓ ଭଣଜା ଆହତ ହୋଇଥିଲେ । ମାମୁଁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ରେଫର କରାଯାଇଥିଲା । ଏହି ଘଟଣାର ତଦନ୍ତ କରି ବଲାଙ୍ଗିର ଟାଉନ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ କନ୍ଧପାଲିପଡ଼ାର ଜଗ ଓରଫ ପିଣ୍ଟୁ ବନ୍‌ଛୋର ବୋଲି ଜଣାପଡିଛି । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଟାଉନ ଥାନା ଆଇଆଇସି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

three + 18 =