pakka

ଘଗରା ଛକ ଓ ଘାଗୁର୍ଲି ମଝି ରାସ୍ତାରେ ସଡକ ଦୁର୍ଘଟଣା

bbehera

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ନିକଟସ୍ଥ ଘାଗୁର୍ଲି ଏବଂ ଘଗରା ଛକ ମଝିରେ ଭାରସାମ୍ୟ ହରାଇ ଏକ ମଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁସାରେ ସୁପର ଏକ୍ସସେଲ୍‌ ଗାଡି ନମ୍ବର ଓଡି୨୬ବି୬୩୪୬ରେ ଦୁଇଜଣ ଏକ ବିବାହ ଭୋଜି ଖାଇବା ପାଇଁ ତାଲଭଟା ଗ୍ରାମକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ଗାଡିଟି ଆଗପଟରୁ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାର ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରି ତାଙ୍କ ସମ୍ପର୍କୀୟଙ୍କୁ ଫୋନରେ ଯୋଗାଯୋଗ କରିଥିଲେ । ଖବର ପାଇବା ପରେ ତାଙ୍କର ସମ୍ପର୍କୀୟ ଆସି ଡାକ୍ତରଖାନାକୁ ନେଇଥିବା ଜଣାପଡିଛି ।

Leave A Reply

Your email address will not be published.

three + 19 =