pakka

‘ସଚେତନ ହେମା’ ଅନୁଷ୍ଠାନର ଶିଶୁ କଳାକାର ଜାତୀୟ ସାଂସ୍କୃତିକ ବୃତ୍ତି ପାଇବା ପାଇଁ ମନୋନୀତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସଚେତନ ହେମା, ଢୋଲବନ୍ଧର ଶିଶୁ କଳାକାର ଦିବ୍ୟାରାଣୀ କଣ୍ଟା ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ସାଂସ୍କୃତିକ ସ୍ରୋତ ଏବଂ ପ୍ରଶିକ୍ଷଣ କେନ୍ଦ୍ରର ସାଂସ୍କୃତିକ ପ୍ରତିଭା ଖୋଜା ବୃତ୍ତି ପାଇଁ ମନୋନୀତ ହୋଇଛନ୍ତି । ନାଟ୍ୟକାର ରାଜକୁମାର ସାହୁଙ୍କ ଅଧୀନରେ ଜାତୀୟ ବୃତ୍ତି ପାଇଁ ସମ୍ବଲପୁରୀ ଲୋକ ନୃତ୍ୟ ଉପରେ ତାଲିମ ନେବାକୁ ଭାରତ ସରକାର ମନୋନୀତ କରିଛନ୍ତି । ଦିବ୍ୟାରାଣୀ କଣ୍ଟା ଏବେ ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଓ ଟାଲଗ୍ରାମର ଧରେନ୍ଦ୍ର କଣ୍ଟା ଓ ସଁପୁର କଣ୍ଟାଙ୍କ ସୁପୁତ୍ରୀ ଅଟନ୍ତି । ସେ ଅନେକ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନରେ ପୁରସ୍କୁତ ହୋଇଛନ୍ତି । ସମ୍ବଲପୁରୀ ନୃତ୍ୟ ଏକ ପାରମ୍ପାରିକ ଓ ବହୁ ପୁରାତନ କଳା । ସଚେତନ ହେମା ଅନୁଷ୍ଠାନ ସହିତ ଯୋଡି ହେବା ପରେ ଶିଶୁ କଳାକାରଟିର ଭାଗ୍ୟ ଉଦୟ ହୋଇଛି । ଲୋକକଳା ଅପଭ୍ରଂଶ ଓ ବିକୃତି ହୋଇଯାଇଥିବା ବେଳେ ମୌଳିକତାକୁ ବଜାୟ ରଖି ଶିଷ୍ୟାକୁ ଉଭୟ ଲିଖିତ ଓ ପ୍ରୟୋଗାତ୍ମକ ମୂଲ୍ୟବୋଧ ଉପରେ ଗୁରୁତ୍ୱାରୋପ କରାଯିବ ବୋଲି କୁହନ୍ତି ଅନୁଷ୍ଠାନ ମୁଖ୍ୟ ନାଟ୍ୟକାର ରାଜକୁମାର ସାହୁ । ଜଣେ ଉପାନ୍ତ ଅଂଚଳ ତଥା ଗରିବ ଦଳିତ ପରିବାରରୁ ଜନ୍ମିତ କୁନି ପ୍ରତିଭାକୁ ଦିଗଦର୍ଶନ ପାଇଁ ସଚେତନ ହେମା ଅନୁଷ୍ଠାନର ଏହି ପ୍ରୟାସକୁ ବୁଦ୍ଧିଜୀବୀ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

Leave A Reply

Your email address will not be published.

15 + twenty =