pakka

ଶିକ୍ଷକଙ୍କ ପ୍ରତି ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କ ଅସଦାଚରଣ ଅଭିଯୋଗ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ସୀତାରାମ ପାତ୍ର ଅବସ୍ଥାପିତ ହୋଇଛନ୍ତି । ସେ ଏଠାରେ ଏବିଇଓ ଭାବେ ବହୁ ବର୍ଷ ହେଲା ଅବସ୍ଥାପିତ ଥିଲେ । ପରେ ତାଙ୍କର ପଦୋନ୍ନତି ହୋଇ ସେ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଅବସ୍ଥାପିତ ହୋଇଛନ୍ତି । ଏହି ପଦବୀରେ ପୂର୍ବେ ବିଇଓ ଭାବେ ଅବିନାଶ ଶତପଥୀ ଅବସ୍ଥାପିତ ଥିବାବେଳେ ଶିକ୍ଷକଙ୍କ ଉପରେ ନାନାପ୍ରକାର ମାନସିକ ନିର୍ଯ୍ୟାତନା, ଅସଦାଚରଣ ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା । ଯାହା ଏବେ ସୁଦ୍ଧା ତାଙ୍କରି ଉପରେ ସରକାରୀ ଶିକ୍ଷକ, ଅଣଶିକ୍ଷକ, ବେସରକାରୀ ଶିକ୍ଷକମାନେ ଅସନ୍ତୋଷର କ୍ଷୋଭ ପ୍ରକାଶ କରି ଆସୁଥିଲେ । ବର୍ତ୍ତମାନର ବିଇଓ ସୀତାରାମ ପାତ୍ର ଭଲ ଲୋକ ବୋଲି ଭୂରି ଭୂରି ପ୍ରସଂଶା କରୁଥିଲେ । ପୁଣି ବହୁଦିନ ପରେ ସେ ମଧ୍ୟ ସେହି ସ୍ଥାନରେ ବସିବା ପରେ ଶିକ୍ଷକଙ୍କୁ ଅସଦାଚରଣ କରିବା ଭଳି ଅସନ୍ତୋଷମୂଳକ ଅଭିଯୋଗ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ବିନିତା ସେନାପତିଙ୍କଠାରେ ସାମୂହିକ ଅଭିଯୋଗ ଆସିଛି । ଏ କଥା ସମାଧାନ କରିବାରେ ବିଳମ୍ବ ମଧ୍ୟ ହୋଇଛି, ହେଲେ ଡ଼ିଇଓ ଶ୍ରୀମତୀ ସେନାପତି ଏଠାକାର ବହୁତ ପୁରୁଣା ଲୋକ, ଆଉ ସମସ୍ତଙ୍କର ଚିହ୍ନା ପରିଚୟ ହୋଇଯାଇଛନ୍ତି । ସେ ଏଠାରେ ପ୍ରଧାନଶିକ୍ଷୟିତ୍ରୀଠାରୁ ଜିଲ୍ଲାର ବଡ଼ ପାହ୍ୟା ପର୍ଯ୍ୟନ୍ତ ସମସ୍ତଙ୍କର ସଲାସୁତରାରେ ଚଳି ଆସିଛନ୍ତି । ହେଲେ ଏ ଦିଗରେ କୌଣସି କୋଠର ପଦକ୍ଷେପ ଅବଲମ୍ବନ କରିବା କଷ୍ଟକର ଅଟେ । ବରଂ ଡ଼ିଇଓ ବିନୀତା ସେନାପତି ଏବଂ ବିଇଓ ସୀତାରାମ ପାତ୍ରଙ୍କୁ ବଦଳି ହେବା ଆବଶ୍ୟକ ବୋଲି ସାଧାରଣରେ ଆଲୋଚନା ହୋଇଛି । ସୂଚନାଯୋଗ୍ୟ ଯେ, ଏନ୍‌ପିଏସ୍ ଶିକ୍ଷକ ସଂଘର ବ୍ଲକ୍ ସଭାପତି କୃଷ୍ଣଚନ୍ଦ୍ର ଦାସଙ୍କ ପ୍ରତି ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ (ବିଇଓ)ଙ୍କର ଅରୁଚିକର ମନ୍ତବ୍ୟକୁ ଛତ୍ରପୁର ବ୍ଲକ୍ ଶିକ୍ଷକ ସଂଘ ବିରୋଧ କରିଛନ୍ତି । ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରବିନାରାୟଣ ବେହେରା ଏବଂ ଏୟୁପିଟିଏଫ୍‌ର ସଭାପତି ରାଜେନ୍ଦ୍ର ବେହେରାଙ୍କ ନେତୃତ୍ଵରେ ୫୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ)ଙ୍କ ନିକଟରେ ଫେରାଦ ହୋଇଛନ୍ତି । ଶିକ୍ଷାର ବିକାଶ ପାଇଁ ‘କଣ୍ଟେଣ୍ଟ୍ ଏନ୍‌ର୍ରିମେଣ୍ଟ ପ୍ରୋଗ୍ରାମ’ ପରିଚାଳିତ ହେଉଛି ଉକ୍ତ ପ୍ରୋଗ୍ରାମରେ ଭିଡିଓ ରେକର୍ଡିଂ କ୍ଲାସ ନେବାକୁ କାଳିପଲ୍ଲୀ ସ୍କୁଲର ସହକାରୀ ଶିକ୍ଷକ କୃଷ୍ଣଚନ୍ଦ୍ର ଡିପିସି କାର୍ଯ୍ୟାଳୟକୁ ଯାଇଥିଲେ । ପରବର୍ତ୍ତୀ ସମୟରେ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ଭିଡିଓ କ୍ଲାସ ନେବାକୁ ନେଇ କୃଷ୍ଣଚନ୍ଦ୍ରଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଓ ବ୍ୟକ୍ତିଗତ ଆକ୍ଷେପ କରିଥିଲେ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଶିକ୍ଷକ ସଂଘ ନିନ୍ଦା କରିବା ସହ ଛତ୍ରପୁର ବ୍ଳକ ଶିକ୍ଷକ ସଂଘ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଉଚିତ୍‌ ସମାଧାନ ନ ହେଲେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଶିକ୍ଷକସଂଘ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

twenty − seventeen =