pakka

ବନମାଲ ଗ୍ରାମର ଦୁଇ ଜଣ ଦାଦନ ସର୍ଦ୍ଦାରଙ୍କୁ ଗିରଫ କଲା ବେଲପଡା ପୋଲିସ

bbehera

ବେଲପଡା, (ଭୋଜରାଜ ଦଣ୍ଡସେନା) : କିଛିଦିନ ତଳେ ବନମାଲ ଗ୍ରାମର ମୃତ ଦାଦନ ଶ୍ରମିକ ଶୁକଦେବ ପରାଭୁଏ ତାଙ୍କର ପରିବାରକୁ ନେଇ ତେଲେଙ୍ଗାନା କାମ କରିବା ପାଇଁ ଯାଇଥିଲେ । କିନ୍ତୁ ସେଠାରେ ଚାରି ମାସ କାମ କଲାପରେ ତାଙ୍କର ଦେହ ଖରାପ ହୋଇଥିଲା । ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ ତାଙ୍କର ପତ୍ନୀ । କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ଶରୀରକୁ ତାଙ୍କର ପତ୍ନୀ ନିଜ ଗ୍ରାମକୁ ଆଣିଥିଲେ । ଆଜି ମୃତ ଶ୍ରମିକଙ୍କ ପତ୍ନୀ ଉଷା ପରାଭୁଏ ବେଲପଡା ଥାନରେ ଏକ ଏତଲା ଦେଇଛନ୍ତି । ତାକୁ ଭିତ୍ତି କରି ବେଲପଡା ପୋଲିସ ଏକ ମାମଲା ରୁଜୁ କରିଛି । ବେଲପଡା ଥାନା କେସ ନଂ ୪୪ ତା ୧୪-୦୩-୨୩ ରିଖରେ ଧାରା ୩୭୦/୩୭୪/୪୨୦/୩୪୨/୩୪ ଆପିସି/୨୫ ismw actରେ ବନମାଲ ଗ୍ରାମର ଦୁଇ ଜଣ ଦାଦନ ସର୍ଦ୍ଦାର ତେଲଗୁ ସା ଏବଂ ବିଦ୍ୟାଧର ସାହୁଙ୍କୁ ବେଲପଡା ପୋଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

six + 4 =