pakka

ପଇଁତରା ମାରୁଛି ବାଘୁଣୀ

bbehera

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ବ୍ଲକ କୁକୁଡ଼ାତାଲ ଗାଁ ନିକଟ ମୁଷରଙ୍ଗୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ପଇଁତରା ମାରୁଛି ବାଘୁଣୀ । ସାଙ୍ଗରେ ଶାବକ ଅଛି । ଏଣୁ ସେ ଅଧିକ ହିଂସ୍ର ହେଉଛି । ଦିନବେଳେ ଜଙ୍ଗଲରେ ବୁଲୁଛି ଏବଂ ରାତି ହେଲେ ଗୃହପାଳିତ ପଶୁଙ୍କୁ ଉଠାଇ ନେଉଛି । ଗତ ୭ ଦିନରେ ଗୁହାଳରୁ ୩ଟି ଗୋରୁ ଶିକାର କରି ସାରିଛି । ବାଘୁଣୀ ପାଇଁ ଲୋକେ ଭୟରେ ଜୀବନ ବିତାଉଛନ୍ତି । ବନ ବିଭାଗର ସୁରକ୍ଷା ପଦକ୍ଷେପ କେବଳ ସଚେତନତାରେ ସୀମିତ ବୋଲି ଅଭିଯୋଗ ହେଉଛି ।

ସୂଚନା ଅନସାରେ ସୁନାବେଡ଼ା ପ୍ରସ୍ତାବିତ ବ୍ୟାଘ୍ର ପ୍ରକଳ୍ପରୁ କଲରାପତରିଆ ବାଘୁଣୀ ଶାବକ ସହ ଖାଦ୍ୟ ଅନ୍ୱେଷଣରେ ନିକଟସ୍ଥ ମୁଷରଙ୍ଗୀ ଜଙ୍ଗଲକୁ ଚାଲି ଆସିଛି । ଗତ ୭ ଦିନ ହେଲା ଏହି ଜଙ୍ଗଲରେ ଲୁଚି ରହିଛି । ବିଳମ୍ବିତ ରାତିରେ ତରିଆମହୁଆଭଟା ଗାଁକୁ ପଶି ଆସୁଛି । ଦାଣ୍ଡରେ ବୁଲୁଛି, ହେଣ୍ଟାଳ ମାରୁଛି । ବାଘୁଣୀର ହେଣ୍ଟାଳରେ ଗାଁ ଲୋକେ ଥରି ଉଠୁଛନ୍ତି । ଗାଁ ଲୋକେ ରାତିରେ ଘରୁ ଲୁଚି ବାଘକୁ ଦେଖୁଛନ୍ତି । ଭୟରେ ବାହାରୁନାହାନ୍ତି । ୧୧ ତାରିଖ ରାତିରେ ତରିଆମହୁଆଭଟା ଗାଁର ହୁମନ ନାଏକଙ୍କ କିରାନା ଦୋକାନ ଆଗରେ ଏକ ବାଛୁରୀ ଶିକାର କରିଥିଲା ।

Leave A Reply

Your email address will not be published.

five × one =