pakka

ଓସ୍କାର ପୁରସ୍କାର ପାଇଁ ବାଲୁକା କଳାରେ ଶୁଭେଚ୍ଛା

bbehera

ପୁରୀ : ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଇତିହାସ ସୃଷ୍ଟି କରିଛି ‘RRR’ ଫିଲ୍ମର ନାଟୁ ନାଟୁ ଗୀତ ଏବଂ ଚଳଚ୍ଚିତ୍ର ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍‌ପର୍‌’ । ‘RRR’ ଫିଲ୍ମର ନାଟୁ ନାଟୁ ଗୀତକୁ ଓରିଜିନାଲ ଗୀତ ବର୍ଗରେ ଏବଂ ଚଳଚ୍ଚିତ୍ର ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍‌ପର୍‌’କୁ ସର୍ଟ ଫିଲ୍ମ ବର୍ଗରେ ଓସ୍କାର ପୁରସ୍କାର ମିଳିଛି । ଏହାକୁ ନେଇ ସାରା ଭାରତରେ ଆନନ୍ଦର ଲହରୀ ଖେଳି ଯାଇଛି । ଏହି ଅବସରରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏନେଇ ପୁରୀ ନିଳାଦ୍ରୀ ବିଚ୍‌ରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରିଛନ୍ତି ସୁଦର୍ଶନ । ଯେଉଁଥିରେ ‘RRR’ ଫିଲ୍ମର ନାଟୁ ନାଟୁ ଗୀତର ରାମଚରଣ ଓ ଜୁନିଅର ଏନ୍‌ଟିଆର ନାଚୁଥିବାର ଚିତ୍ର ରହିଛି । ଏଥିସହ ଚଳଚ୍ଚିତ୍ର ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍‌ପର୍‌’ର ଚିତ୍ର ମଧ୍ୟ ସୁନ୍ଦର ଭାବେ ଆଙ୍କି ଓସ୍କାର ପୁରସ୍କାର ବିଜେତା ସିନେମାର ସମସ୍ତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.

8 − 2 =