pakka

ହିରୋ ଶୋ’ ରୁମ୍‌ରେ ଅଗ୍ନିକାଣ୍ଡ

bbehera

ରାଜଗାଙ୍ଗପୁର : ରାଜଗାଙ୍ଗପୁର ଓସିଏଲ ଆପ୍ରୋଚ ରୋଡ୍‌ରେ ଥିବା କେଡ଼ିଆ ଏଣ୍ଡ କେଡ଼ିଆ ହିରୋ ମଟର ସାଇକେଲ ଶୋ’ ରୁମ୍‌ର ୩ ମହଲାରେ ଥିବା କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଆଜି ସକାଳ ପ୍ରାୟ ସାଢ଼େ ୭ଟାରେ ନିଆଁ ଲାଗିଥିଲା ନେଇ ସୂଚନା ମିଳିଥିଲା । ଶୋ’ ରୁମ୍‌ କର୍ମଚାରୀ ନିଆଁ ଲାଗିଥିବା ଦେଖି ଏହାକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହ ରାଜଗାଙ୍ଗପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ରାଜଗାଙ୍ଗପୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡ ଯୋଗୁଁ ଶୋ’ ରୁମ୍‌ର ଆସବାବପତ୍ର ସହ ଅନେକ ସ୍କୁଟି ଓ ବାଇକ ଜଳି ଯାଇଛି । ବର୍ତ୍ତମାନ ସୁଦ୍ଧା କ୍ଷୟ କ୍ଷତିର ସବିଶେଷ ତଥ୍ୟ ମିଳିପାରି ନାହିଁ । ଅଗ୍ନିଶମ ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ ବିଦ୍ୟୁତ ସର୍ଟସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.

three × one =