pakka

ବଲାଙ୍ଗିର ପରେ ଏବେ ଅପରାଧୀମାନଙ୍କ ବେଆଇନ ଘର ଭାଙ୍ଗୁଛି ପାଟଣାଗଡ ପୁଲିସ

bbehera

ପାଟଣାଗଡ଼, (ସଦାଶିବ ସରାଫ୍‌) : ପାଟଣାଗଡ଼ ପୁଲିସ ମଧ୍ୟ ବଢୁଥିବା କ୍ରାଇମ ଉପରେ ରୋକ ଲଗାଇବାକୁ ଏବେ ଜିରୋ ଟଲୋରେନ୍ସ ନୀତି ଆପଣେଇଛି । ତେବେ ଅଞ୍ଚଳରେ ସରକାରୀ ସ୍ଥାନରେ ବେଆଇନ ଭାବରେ ବାସଗୃହ ତିଆରି କରି ଅପରାଧୀମାନେ ଅପରାଧ ସାମ୍ରାଜ୍ୟ ଚଳାଉଥିବା ଅଭିଯୋଗକୁ ନେଇ ପାଟଣାଗଡ଼ ପ୍ରଶାସନ ଓ ପୋଲିସ କ୍ଲିନ୍‌ କ୍ରିମିନାଲ୍‌ ମିଶନ ଆରମ୍ଭ କରିଛି । ତେବେ ପୂର୍ବରୁ ଅପରାଧୀ ଜଗା ସେନାପତିଙ୍କ ସରକାରୀ ଜମିରେ ଥିବା ଘର ଓ ଇଟାଭାଟିକୁ ଭଂଗା ଯାଇଥିବା ବେଳେ ଏବେ ବାଞ୍ଜିଝାଲର ଅପରାଧୀ ସଂକୀର୍ତନ ଘିବେଲାଙ୍କ ଦୁଇଟି ଢାବା ଓ ବାସଭବନ ଉପରେ ଚଢ଼ାଉ କରି ବୁଲ୍‌ଡୋଜର୍‌ ଲଗାଯାଇ ଭଙ୍ଗା ଯାଇଛି । ପାଟଣାଗଡ଼ ତହସିଲଦାର ଲକ୍ଷଣ ମାଝୀଙ୍କ ନେତୃତ୍ୱରେ ଉପଖଣ୍ଡ ପୋଲିସ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା, ଥାନା ଅଧିକାରୀ ଅନନ୍ତ ପ୍ରଧାନ, ଅତିରିକ୍ତ ତହସିଲଦାର ଧୀରଜ ପାତ୍ର, ଥାନାର ସେକେଣ୍ଡ ଅଫିସର ବ୍ରଜ ପଣ୍ଡା ଓ ଅନ୍ୟାନ୍ୟ ପୁଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ପୋଲିସ୍‌ ଫୋର୍ସର ସହଯୋଗରେ ଏହି ଚଢ଼ାଉ କରାଯାଇଛି । ପୂର୍ବରୁ ସଂକୀର୍ତନଙ୍କ ନାଁରେ ପାଟଣାଗଡ଼ ଥାନାରେ ୬ ଗୋଟି ବିଭିନ୍ନ ଅପରାଧିକ ମାମଲା ଥିବା ବେଳେ ଏବେ ସଂକୀର୍ତନ ଚିଟ୍‌କାମାଲ ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ବର୍ତ୍ତମାନ ପାଟଣାଗଡ଼ ଜେଲରେ ବିଚାରଧୀନ କଏଦୀ ଭାବରେ ରହିଥିବା ଏସ୍‌ଡ଼ିପିଓ ଜ୍ୟୋତିର୍ମୟ ଭୁକ୍ତା ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଆହୁରି ଅପରାଧୀ ମାନଙ୍କୁ ମଧ୍ୟ ସାବାଡ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ସେହିପରି ଲରମ୍ଭାରେ ବେଆଇନ ଭାବେ ଘର ତିଆରି କରିଥିବା ୬ ଗୋଟି ବାସଭବନକୁ ପାଟଣାଗଡ଼ ତହସିଲଦାର ଜେସିବି ମେସିନ ଲଗାଇ ଭାଙ୍ଗି ଦେଇଥିବା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

ten + 19 =