pakka

ଅତିରିକ୍ତ ତହସିଲଦାର ଓ ୩ ଆର୍‌ଆଇଙ୍କୁ ମାଡ ଘଟଣା : ୨ ଗିରଫ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବାଲି ଚୋରା ଚାଲାଣ ଚଢ଼ାଉ ବେଳେ ବାଲି ମାଫିଆ ମାନେ ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା, ଆର୍‌ଆଇ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ କୁମାର ବେହେରାଙ୍କୁ ଆକ୍ରମଣକାରୀ ଲହୁ ଲୁହାଣ କରି ପକାଇଥିଲେ । ଉକ୍ତ ଘଟଣାରେ ପୋଲିସ ଦୁଇ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି । ପୋଲିସ କେସ୍‌ ନଂ ୬୯/୨୨ରେ ମାମଲା ରୁଜୁ କରିଛି । ଏହାର ତଦନ୍ତ ଭାର ଖୋଦ ଏସ୍ଡ଼ିପିଓ ଗୌତମ କିସାନ ନେଇଛନ୍ତି । ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଗଞ୍ଜାମ ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଯୋଗ୍ୟ ମାଳିଜଗନ୍ନାଥପୁର ଗ୍ରାମ ନିକଟ ଋଷିକୁଲ୍ୟା ନଦୀ ନିକଟରେ ରାତିରେ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବାର ତହସିଲ ପକ୍ଷରୁ ଖବର ପାଇ ଗଞ୍ଜାମ ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା ଓ ତିନି ଆର୍‌ଆଇ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ କୁମାର ବେହେରା ଉକ୍ତ ସ୍ଥାନରେ ଚଢ଼ାଉ କରୁଥିବା ବେଳେ ଚାରି ଜଣ ବାଲି ମାଫିଆ ହଠାତ ତାଙ୍କୁ ଆକ୍ରମଣ କରିଥିଲେ । ଏପରିକି ପିସ୍ତଲ ଦେଖାଇ ଭୟଭିତ କରିବା ସହ ମୁଦି, ସୁନା ଚେନ, ମୋବାଇଲ ଫୋନ, ପର୍ସ ଛଡେଇ ନେଇଯାଇଥିଲେ । ଜୀବନ ବଂଚେଇବାକୁ ଯାଇ ଭୟରେ ସେଠାରୁ ପଳାଇ ଆସିଥିଲେ । ଘଟଣା ସମ୍ପର୍କରେ ତୁରନ୍ତ ତହସିଲଦାର ଓ ପୋଲିସକୁ ଅବଗତ କରାଇଥିଲେ । ଏନେଇ ତହସିଲ ଅଫିସ ପକ୍ଷରୁ ଗଞ୍ଜାମ ଥାନାରେ ଏତଲା ଦିଆଯାଇଛି । କିଛି ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି ଖୁବ ଶୀଘ୍ର ସେମାନଙ୍କୁ ଧରା ଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଞ୍ଜାମ ଥାନା ପକ୍ଷରୁ କୁହାଯାଇଛି ।

jay balangir
Leave A Reply

Your email address will not be published.

five × 4 =