pakka

ଗଜବାହାଲ ନିକଟରେ ଯୁବକଙ୍କ ମୃତଦେହ ଉଦ୍ଧାର : ସ୍ତ୍ରୀ ଆଣିଲେ ହତ୍ୟା ଅଭିଯୋଗ

bbehera

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ରିଷିଡା ପୋଲିସ ଫାଣ୍ଡି ଅନ୍ତର୍ଗତ ଗଜବାହାଲ ଗ୍ରାମର କଲୋନୀପଡା ନିକଟରେ ଆଜି ଏକ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ରିଷିଡା ଫାଣ୍ଡିଅଧିକାରୀ କ୍ଷୀରସିନ୍ଧୁ ମାଝୀ ଘଟଣାସ୍ଥଳରେ ପହଂଚି ଶବ ଜବତ କରିଛନ୍ତି । ମୃତକ ଜଣକ ଗଜବାହାଲ ଗ୍ରାମର କାର୍ତ୍ତିକ ସେଠଙ୍କ ବିବାହିତା ପୁଅ କ୍ଷୀରମଣି ସେଠ ବୋଲି ଜଣାଯାଇଛି । ସ୍ୱର୍ଗତ କ୍ଷୀରମଣି ଡ୍ରାଇଭର କାମ କରୁଥିଲେ ଓ ଗତକାଲି ସନ୍ଧ୍ୟାରୁ ଘରକୁ ଫେରିନଥିଲେ ବୋଲି ତାଙ୍କ ପତ୍ନୀ ସୁବାସିନୀ ଅଭିଯୋଗ କରିଛନ୍ତି । ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଛି ବୋଲି ସେ ଏତଲାରେ ଦର୍ଶାଇଛନ୍ତି । ତେବେ ମ.ରାମପୁର ଥାନାଧିକାରୀ ସଚିନ୍ଦ୍ର ପଧାନ ଓ ସାଇଣ୍ଟିଫିକ ଟିମ୍‌ ପହଂଚିବା ପରେ ଶବର ପଞ୍ଚନାମା କରାଯାଇ ବ୍ୟବଚ୍ଛେଦ ପାଇଁ ମ. ରାମପୁର ପଠାଯାଇଥିବା ଜଣାଯାଇଛି । ତେବେ ମୃତକ ବିବାହିତ ଓ ତାଙ୍କର ଗୋଟିଏ ଶିଶୁପୁତ୍ର ଅଛି । ବ୍ୟବଚ୍ଛେଦ ପରେ ମୃତ୍ୟୁ ନା ଅପମୃତ୍ୟୁ ସ୍ପଷ୍ଟ ହୋଇଯିବ ବୋଲି ପୋଲିସ କହିଛି । ଏନେଇ ମ. ରାମପୁର ଥାନାରେ କେସ୍‌ ନମ୍ବର ୧୧୩, ଦଫା ୩୦୨ରେ ମାମଲା ରୁଜୁ କରି ମ. ରାମପୁର ଥାନାଧିକାରୀ ସଚିନ୍ଦ୍ର ପଧାନ ଏହାର ତଦନ୍ତ କରୁଥିବା ଜଣାଯାଇଛି ।

jay balangir
Leave A Reply

Your email address will not be published.

one × 3 =