ମହୁଲ ବୋଝେଇ ଟ୍ରକ୍‌ ଓ ୪ଟି ପିକ୍‌ଅପ୍ ଭ୍ୟାନ୍‌ ଜବତ : ୫ ଗିରଫ

କେନ୍ଦୁଝର : କେନ୍ଦୁଝର ଅବକାରୀ ବିଭାଗ ଗତକାଲି ରାତି ପ୍ରାୟ ୨ଟାବେଳେ କେନ୍ଦୁଝର ଟାଉନ ଥାନା ବାମ୍ପାର ନିକଟରୁ ଗୋଟିଏ ମହୁଲ ବୋଝେଇ ୧୬ ଚକିଆ ଟ୍ରକ୍‌ ଓ ୪ଟି ପିକ୍‌ଅପ୍ ଭ୍ୟାନ୍‌କୁ ଜବତ କରିଛି । ଏହି ବେଆଇନ କାରବାରରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରାଯାଇଛି । ଦୁଇଜଣ ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଏଥିରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଅବକାରୀ ବିଭାଗର ଡେପୁଟି ସୁପରିଟେଣ୍ଡେଣ୍ଟ ଦିବ୍ୟରଂଜନ ଦୀପ ପ୍ରକାଶ କରିଛନ୍ତି । ‌ମହୁଲ ବୋଝେଇ ଟ୍ରକ୍‌ ସହ ୪ଟି ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରାଯାଇଛି । ୫ଜଣକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ଜବତ ହୋଇଥିବା ମହୁଲର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

5 + 12 =