pakka

ସଚ୍ଚୋଟତା ଦିବସ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ମିଶ୍ର) : ସଚ୍ଚୋଟତା ଦିବସ ୧୯୯୦ ଦଶକ ଆରମ୍ଭରେ ଦି ବୁକ୍ ଅଫ୍ ଲାଇସ୍ (ମିଥ୍ୟା ବିଷୟରେ ବହି)ର ଲେଖକ ଏମ୍‌ ହିରଶ ଗୋଲଡବର୍ଗଙ୍କ ଦ୍ଵାରା ସୃଷ୍ଟି କରାଯାଇଥିଲା । ଏହାର ଉଦ୍ଦେଶ୍ୟ ହେଉଛି ସଚ୍ଚୋଟତାକୁ ପ୍ରୋତ୍ସାହିତ କରିବା । ଏହା ଏକ ମୌଳିକ ମୂଲ୍ୟବୋଧ ଯାହାକୁ ପ୍ରାୟତଃ ଅଣଦେଖା କରାଯାଇଥାଏ । କିନ୍ତୁ ସମ୍ପର୍କ, କାର୍ଯ୍ୟ କ୍ଷେତ୍ର ଏବଂ ଆତ୍ମ ପ୍ରତିଫଳନରେ ବିଶ୍ୱାସ ଏବଂ ଅଖଣ୍ଡତାର ନିହାତି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି । ଏପ୍ରିଲ୍ ୩୦ ତାରିଖ ମାସର ଶେଷ ତାରିଖ, ଏହି ତାରିଖକୁ ସଚ୍ଚୋଟତା ଦିବସ ଭାବରେ ଚୟନ କରିବା ଉଦ୍ଦେଶ୍ୟ ହେଉଛି ଯାହା ଏପ୍ରିଲ୍ ୧ ମୂର୍ଖ ଦିବସର ବିପରିତ ଅଟେ । ତେଣୁ ଏପ୍ରିଲ ୧ ଏବଂ ୩୦ ମଧ୍ୟରେ ଏକ ସନ୍ତୁଳନ ଆଣିବା ହେଉଛି ଏହି ଦିବସ ପାଳନର ଲକ୍ଷ୍ୟ । ଏହି ଦିନର ଆଭିମୁଖ୍ୟକୁ ବୁଝିବାର ଅଛି ଯେ, ସଚ୍ଚୋଟତା ବିଶ୍ଵାସ ବଢାଇଥାଏ ଏବଂ ଅପ୍ରିୟ ସତ୍ୟ ମଧ୍ୟ ସବୁଠାରୁ ଆରାମଦାୟକ ମିଥ୍ୟା ଅପେକ୍ଷା ଅଧିକ ମୂଲ୍ୟବାନ ଅଟେ । ସାଧୁତା ଏବଂ ସଚ୍ଚୋଟ ପଣିଆ ସୁସ୍ଥ ସାମାଜିକ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ବ୍ୟବସାୟରେ ଶ୍ରୀ ବୃଦ୍ଧି କରେ, ରାଜନୀତିରେ ଭରଷା ନିର୍ମାଣ କରେ, ସାଧାରଣ ଜୀବନରେ ସମ୍ମାନ ବୋଧ ଆଣେ, ବ୍ୟକ୍ତିଗତ ଜୀବନରେ ଆତ୍ମ ବିଶ୍ୱାସ ଆଣେ, ସମ୍ପର୍କରେ ବିଶ୍ଵାସ ଓ ମଧୁରତା ଆସେ । ଆଜିକାଲି ମିଥ୍ୟା କହିବା ଯେମିତି ଆମ ଦେହସୁହା ହୋଇ ଯାଇଛି । କିଛି ଲୋକଙ୍କୁ ମିଛ କହିବାରେ ଖୁବ ଆନନ୍ଦ ଲାଗେ । ସତ୍ୟ ସର୍ବଦା ଗରିୟାନ ଏବଂ ସୁସ୍ପଷ୍ଟ । ମିଥ୍ୟାକୁ ଯେତେ ସାଜସଜାଇ ସୁନ୍ଦର ଭାବରେ ପ୍ରତିପାଦାନ କଲେ ମଧ୍ୟ ତାହା ସତ୍ୟର ସରି ହୁଏ ନାହିଁ ।

jay balangir
Leave A Reply

Your email address will not be published.

2 × one =

error: Content is protected !!