pakka

ଜଳଗଣ୍ଡରେ ବୁଡିଯାଇଥିବା ଶିଶୁ ଠାକୁରଙ୍କ କୃପାରୁ ନୂଆ ଜୀବନ ପାଇଲା

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କନକା ଗ୍ରାମ ପଞ୍ଚାୟତର ଜଗନ୍ନାଥପାଟଣା ଗ୍ରାମର ଝଡ଼ିଆ ବେହେରାଙ୍କ ନାତି ସ୍ୱରାଜ ବୟସ ଦେଢ଼ ବର୍ଷ ହେବ, ସେ କୌଣସି କାରଣରୁ ନିକଟ ପୋଖରୀରେ ବୁଡ଼ି ଯାଇଥିଲେ । ଶିଶୁର ଶବ ଭାସୁଥିବାର ଲୋକେ ଦେଖିଥିଲେ । ଏହାକୁ ଦେଖି ଗାଁ ଲୋକେ ଓ ତାଙ୍କ ପରିବାର ଲୋକେ ତତକ୍ଷଣାତ୍ ଶିଶୁ ସ୍ୱରାଜକୁ ଗାଁରୁ ରମ୍ଭା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା କରି ବ୍ରହ୍ମପୁର ବଡମେଡିକାଲରେ ଭର୍ତ୍ତି କରିଥିଲେ । ପରେ ସେଠାରେ ସ୍ୱରାଜ ନୂତନ ଜୀବନ ଫେରିପାଇଥିୋ । ଏବେ ସେ ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସାଧିନ ଅଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି । ଶିଶୁ ହସୁଛି, ଖେଳୁଛି । ନୂଆବର୍ଷରେ ଶିଶୁର ନୂତନ ଜୀବନ ପାଇଥିବା ନେଇ ଏହା କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭରଷା ଏବଂ ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କର ଶୁଭାଶିଷ ବୋଲି ଶିଶୁର ପିତା ଝଡିଆ ବେହେରା ସମାଜକୁ ବାର୍ତ୍ତା ଦେଇଛନ୍ତି । ଏହା ହେଉଛି, ନୂତନ ବର୍ଷ-୨୦୨୩ ପାଇଁ ଏକ ଖୁସିର ବାର୍ତ୍ତା ବୋଲି ଗ୍ରାମର ବିଭିନ୍ନ ମହଲରେ କୁହାଯାଇଛି ।

Leave A Reply

Your email address will not be published.

five − two =