csstore

ବିଜେପିର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କଲେ ଜିଲ୍ଲା ପ୍ରଭାରୀ ସୁରେଶ୍ଵର ଶତପଥୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ସର୍କିଟ୍ ହାଉସ୍‌ ଠାରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଭାରୀ ସୁରେଶ୍ୱର ଶତପଥୀ ଏବଂ ଜିଲ୍ଲା ବିଜେପି ସଭାପତି ବେଣୁଧର ଦାଶ ଜିଲ୍ଲା ବିଜେପିର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ । ଜିଲ୍ଲା ସଭାପତି ଭାବେ ପୁନଶ୍ଚ ବେଣୁଧର ଦାଶ ରହିଥିବା ବେଳେ ଉପସଭାପତି ସାନନ୍ଦ ମେହେର, ସୁପ୍ରଭା ସେଠ୍, ଉସତ କର, ଶରତ ମିଶ୍ର, ରୂପଧର ପ୍ରଧାନ, ସନାତନ କର୍ମୀ, ସୁଦେଷ୍ଣା ନେଗୀ, ସତ୍ୟବ୍ରତ ମିଶ୍ର, ସାଧାରଣ ସମ୍ପାଦକ ଭାବରେ ବିଶ୍ୱମ୍ବର ମିଶ୍ର, ପୂର୍ଣ୍ଣଚନ୍ଦ୍ର ବିଶି, ସୁକାନ୍ତ ସାହୁ, ସମ୍ପାଦକ ବିଜୟ ହୋତା, ରାଜେଶ୍ୱରୀ ସାହୁ, ପ୍ରମିଳା କଲତା, ବାସୁଦେବ ନାଏକ, ସୁରୁଚି ବେହେରା, ମିତାଲି ମହାକୁର, ରୀତାଞ୍ଜଳି ପଧାନ, ପୁରୁଷୋତ୍ତମ ମେହେର ଓ କୋଷାଧ୍ୟକ୍ଷ ଭାବରେ ବାସୁଦେବ ମିଶ୍ରଙ୍କ ନାମ ଘୋଷଣା କରିଛନ୍ତି । ସେହିପରି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଭାବେ ସନ୍ତୋଷ ପଧାନ, ମହିଳା ମୋର୍ଚ୍ଚା ସଭାପତି ରଶ୍ମିତା ଷଡ଼ଙ୍ଗୀ, କୃଷକ ମୋର୍ଚ୍ଚା ସଭାପତି ଅଶୋକ ପୃଷ୍ଟି, ଏସସି ମୋର୍ଚ୍ଚା ସଭାପତି ସୁମନ୍ତ ଜଗଦଲା, ଏସଟି ମୋର୍ଚ୍ଚା ସଭାପତି ବୈଶାଖୁ ମିର୍ଦ୍ଧା ଓ ଓବିସି ମୋର୍ଚ୍ଚା ସଭାପତି ଭାବରେ ତପନ ଯୁଆଡ଼ିଙ୍କ ନାମ ଘୋଷଣା କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଉଷା କୁମାରୀ, ରାମଶଙ୍କର ଭୋଇ ପ୍ରମୁଖ ଉପସ୍ଥିତ ଥିବାବେଳେ ଜିଲ୍ଲା ସଭାପତି ବେଣୁଧର ଦାଶ ସୂଚନା ଦେଇ କହିଥିଲେ ଯେ ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ବିଧାୟକ ଇଂ ରଘୁନାଥ ଜଗଦଲା, ପୂର୍ବତନ ବିଧାୟକ ପ୍ରାର୍ଥୀ ପ୍ରମୋଦ ମହାପାତ୍ର ତଥା ଜିଲ୍ଲାର ବରିଷ୍ଠ କର୍ମକର୍ତ୍ତାଙ୍କ ମତ ନେଇ ଜିଲ୍ଲାର ନୂତନ କମିଟିରେ ବିଭିନ୍ନ ବର୍ଗର କର୍ମକର୍ତ୍ତାଙ୍କୁ ସାମିଲ କରାଯାଇଛି ଏବଂ ନୂତନ ଭାବରେ ଗଠିତ କର୍ମକର୍ତ୍ତାଙ୍କୁ ନେଇ ଆଗାମୀ ଦିନରେ ଜିଲ୍ଲାରେ ବିଜେପି ସଶକ୍ତ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

jayashree
Leave A Reply

Your email address will not be published.