csstore

ନିର୍ବାଚନ ସଂସ୍କାର ସମ୍ବନ୍ଧୀୟ ଆଲୋଚନା ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଭାରତୀୟ ଜନତା ପାର୍ଟି ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ନିର୍ବାଚନ ସଂସ୍କାର ସମ୍ବନ୍ଧୀୟ ଆଲୋଚନା ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ବେଣୁଧର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି ତଥା ବରିଷ୍ଠ ନେତା ପ୍ରମୋଦ କୁମାର ମହାପାତ୍ର, କାର୍ଯ୍ୟକାରିଣୀ ସଦସ୍ୟା ତଥା ପୂର୍ବତନ ଜିଲ୍ଲପରିଷଦ ଅଧ୍ୟକ୍ଷ ଉଷା କୁମାରୀ, ବରିଷ୍ଠ ନେତା ଶରତ କୁମାର ଶତପଥୀ, ବରିଷ୍ଠ ନେତା ରାଧାକାନ୍ତ ମହାକୁର, ପୂର୍ବତନ ବିଧାୟକ ପ୍ରାର୍ଥୀ ଅଶୋକ ପୂଜାରୀ ପ୍ରମୁଖ ମଞ୍ଚାସୀନ ଥିଲେ । ନିର୍ବାଚନ ସଂସ୍କାର ବା ସାର୍ ନିର୍ବାଚନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା । ଏହା ନୂଆଁ ନୁହେଁ ଏହା ନିର୍ବାଚନ ପୂର୍ବରୁ ଏକ ନିରନ୍ତର ପ୍ରକ୍ରିୟା ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା । ପରେ ଏକ ପ୍ରଶ୍ନୋତ୍ତର ମାଧ୍ୟମରେ ଶ୍ରୋତା ଏବଂ ଆଲୋଚକ ମାନଙ୍କ ମଧ୍ୟରେ ମତ ବିନିମୟ ହୋଇଥିଲା । ପ୍ରାରମ୍ଭରେ ଭାରତମାତାଙ୍କ ଠାରେ ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ବନ୍ଦେମାତରମ୍ ସଙ୍ଗୀତ ଗାନ ପରେ ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମ ଶେଷରେ ଜାତୀୟ ସଙ୍ଗୀତ ଗାନ ସହ ସମାପ୍ତ କରାଯାଇଥିଲା । ନବ ନିଯୁକ୍ତ ଜିଲ୍ଲା ପଦାଧିକାରୀ ଏବଂ ଜିଲ୍ଲା ମୋର୍ଚ୍ଚା ସଭାପତି ମାନଙ୍କୁ ଉପଢୌକନ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଶେଷରେ ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଉପ ସଭାପତି ସୁପ୍ରଭା ସେଠ୍, ଉସତ କର, ଶରତ ମିଶ୍ର, ରୂପଧର ପଧାନ, ସୁଦେଶ୍ନା ନେଗି, ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବିଶି, ସୁଶାନ୍ତ ସାହୁ, ସମ୍ପାଦକ ବିଜୟ ହୋତା, ଓବିସି ମୋର୍ଚ୍ଚା ସଭାପତି ତପନ ଯୁଆଡ଼ି, କୃଷକ ମୋର୍ଚ୍ଚା ସଭାପତି ଅଶୋକ ପୃଷ୍ଟି, ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ପଧାନ, ଏସସି ମୋର୍ଚ୍ଚା ସଭାପତି ସୁମନ୍ତ ଜଗଦଲା, ଏସଟି ମୋର୍ଚ୍ଚା ସଭାପତି ବୈଶାଖୁ ମିର୍ଦ୍ଧା, ପୂର୍ବତନ ଜିଲ୍ଲା ସମ୍ପାଦକ ରାମ ଶଙ୍କର ଭୋଇ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.