csstore

ଟିଟିଲାଗଡ଼ ଜଗନ୍ନାଥ ମନ୍ଦିରରେ ନବ ଯୌବନ ଦର୍ଶନ ପାଇଁ ବିଧିବଦ୍ଧ ପୂଜା ସମ୍ପନ୍ନ : କାଲି ହେବ ଘୋଷଯାତ୍ରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁ, ଶ୍ରୀ ଶ୍ରୀ ଧବଳେଶ୍ୱର ମହାପ୍ରଭୁ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ ନିମନ୍ତେ ସକାଳୁ ପୂଜାର୍ଚ୍ଚନା କରାଯାଇଥିଲା । ପୂଜା ସମ୍ପନ୍ନ ହେବା ପରେ ମନ୍ଦିର ଉପରେ ଧ୍ଵଜା ଲଗାଯିବା ସହ ରଥକୁ ପୂଜା କରାଯାଇଛି । ପୂଜକ ମନଧର ପଣ୍ଡା ପୂଜା କାର୍ଯ୍ୟ କରିଥିବା ବେଳେ କର୍ତ୍ତା ଭାବେ ପଞ୍ଚାନନ ପାଢୀ ଏବଂ ତାଙ୍କ ପତ୍ନୀ ପୁଷ୍ପ ମଞ୍ଜରୀ ପାଢୀ ବସିଥିଲେ । ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢୀ ଏବଂ ତାଙ୍କ ପତ୍ନୀ ମଧ୍ୟ ଆସି ଏହି ପୂଜାରେ ଯୋଗଦାନ କରିଥିଲେ । ଚଳିତ ବର୍ଷ ମଧ୍ୟ ମହାଆଡ଼ମ୍ବରରେ ଟିଟିଲାଗଡ଼ରେ ଘୋଷଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଛି । ଏହି ଅବସରରେ ଟ୍ରଷ୍ଟର ସଦସ୍ୟ ସଞ୍ଜିବ ପାଢୀ, ଭବାନୀ ପ୍ରସାଦ ହୋତା, କମ୍ବୁ ପାଢୀ, ସ୍ୱଦେଶ ପାଢୀ, ରାଜେନ୍ଦ୍ର ନାରାୟଣ ମିଶ୍ର, ପିଙ୍କୁ ପାଢୀ, ପଙ୍କଜ ପାଢୀ, ଅଶୋକ ପାଢୀ, ଅଲେଖ ଦଳବେହେରା, ରାଜେଶ ପ୍ରଧାନ, ମନୋଜ ବାରିକ, ଭୂପତି ବାରିକ, ରଣଜିତ୍ ପୃଷ୍ଟି, ସୀତାରାମ ସାହୁ, ଦୁର୍ଯ୍ୟୋଧନ ସାହୁ, ଜିତୁ ପାଢ଼ୀ, ସନତ ପାଢ଼ୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.