jsm

ଚିଲିକାରେ ବେଆଇନ ଘେରି ଉଚ୍ଛେଦ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନରାମଚନ୍ଦ୍ର ପୁର ପଞ୍ଚାୟତ ନିକଟରେ ରହିଥିବା ଚିଲିକା ମଧ୍ୟରେ ଶୁକ୍ରବାର ଦିନ ବେଆଇନ ଭାବେ ଆକଟ କରି ରଖିଥିବା ଘେରି ଉଚ୍ଛେଦ କରାଯାଇଥିବା ଜଣାପଡିଛି । ଖଲ୍ଲିକୋଟ ତହସିଲ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଅଭିଯାନରେ ତହସିଲଦାର ରାଜ କିଶୋର ପଟ୍ଟନାୟକଙ୍କ ନେତୃତ୍ୱରେ ଆଡିସ୍‌ନାଲ ତହସିଲଦାର ଜ୍ୟୋତିର୍ମୟ ଦାଶ, ସୁପରଭାଇଜର ତ୍ରିଲୋଚନ ବିଶ୍ୱାଳ, ଆରଆଇ ଉଦୟ ଯାଦବ ପ୍ରମୁଖ ଅଧିକାରୀଙ୍କ ସହ ମତ୍ସ୍ୟ ବିଭଗୀୟ ଅଧିକାରୀ, ରମ୍ଭା ପୋଲିସ ଟିମ୍‌ ସାମିଲ ହୋଇ ଚିଲିକା ମଧ୍ୟରୁ ବେଆଇନ ଭାବେ ବନ୍ଧା ଯାଇଥିବା ଘେରିରୁ ଜାଲ ଓ ବାଉଁଶ ଚିଲିକା ମଧ୍ୟରୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିଥିଲେ । ଘେରି ବାନ୍ଧିବା ଦ୍ୱାରା ଚିଲିକା ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀଙ୍କୁ ନିଜ ଜୀବନ ବହୁ କଷ୍ଟରେ ବଞ୍ଚିବାକୁ ପଡୁଥିଲା । ସେଥିପାଇଁ ପ୍ରଶାସନକୁ ଅବଗତ କରିବା ପରେ ଚିଲିକାରୁ ଘେରି ଉଚ୍ଛେଦ କରାଯାଇଛି ।

yuvodaya
Leave A Reply

Your email address will not be published.