csstore

ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

ବରଗଡ, (ମୁନ୍ନା ସାହୁ) : ମିଳିତ ମାର୍କେଟ ମଞ୍ଚର ଚାଷୀମାନେ ବୁଧବାର ଦିବା ୧୧ଟା ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ରେଶମ, ସିହେନପାଲି, ପଧାନପାଲି, ସାଲେପାଲି, ଅରେଇଗୁଡ଼ି, ଗୁଦରାମୁଣ୍ଡା, ଇଛାପଦାରର ଚାଷୀଙ୍କ ହଜାର ହଜାର ବସ୍ତା ଧାନ ମାର୍କେଟୟାଡ଼ ଠାରେ ପଡ଼ିଥିଲେ ମଧ୍ୟ ଧାନ ଉଠୁନାହିଁ, ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଛି । ତେବେ ୩ ଦଫା ଦାବି ନେଇ ବରଗଡ଼ ଅତିରିକ୍ତ ଜିଲ୍ଲାପାଳଙ୍କୁ ଚାଷୀମାନେ ଦାବିପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟତଃ ଚାଷୀ ଯେଉଁ ଦିନ ମଣ୍ଡିକୁ ଧାନ ଆଣିବ ସେହି ଦିନ ଧାନର ମାନ ପରୀକ୍ଷା ଏବଂ ଓଜନ କରାଯାଇ ଅନଲାଇନ ରେଜିଷ୍ଟ୍ରେସନ କରାଯାଉ, ଚାଷୀ ଆଣିଥିବା ବସ୍ତାରେ ଧାନ ବିକ୍ରୟ କରିବା ପାଇଁ ବ୍ୟବସ୍ଥା କରାଯାଉ, ସରକାରଙ୍କ ଘୋଷଣା ମୁତାବକ ପ୍ରତ୍ୟେକ ମଣ୍ଡିରୁ ପ୍ରତିଦିନ ଯଥା ଶୀଘ୍ର ଏକ ହଜାର କୁଇଣ୍ଟାଲରୁ ଅଧିକ ଧାନ କିଣା ଯାଉ ବୋଲି ଦାବି କରାଯାଇଛି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ସହ ରାଜରାସ୍ତା ଅବରୋଧ ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ।

jayashree
Leave A Reply

Your email address will not be published.