pakka

ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଘଟଣା ପ୍ରତିବାଦରେ ଏସ୍‌ପି ଅଫିସ ଘେରାଉ କଲେ ଭାଜପା କର୍ମୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଳା ପ୍ୟାକ୍ସ ପରିଦର୍ଶନରେ ଯିବାବେଳେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଉପରକୁ ମଙ୍ଗଳବାର ଅଣ୍ଡାମାଡ଼ ହୋଇଥିଲା । କିଛି ବିଜେଡି କର୍ମୀ ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିବା ସହ ଭାଜପା କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଥିଲେ । ଏହି ଘଟଣାରେ ପୁଇଁତଳା ଥାନାରେ ୪ ଜଣ ବିଜେଡି କର୍ମୀଙ୍କ ନାମରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଘଟଣା ପ୍ରତିବାଦରେ ଆଜି ଭାଜପା ପକ୍ଷରୁ ଏସ୍‌ପି ଅଫିସ ଘେରାଉ କରାଯାଇଛି । ଭାଜପା ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ୱରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ଅନନ୍ତ ଦାଶ, ମହେନ୍ଦ୍ର ଠାକୁର, ମୁକେଶ ଜୈନ, ପଙ୍କଜିନୀ ପଣ୍ଡା, ଅନୀଲ ପାଣିଗ୍ରାହୀଙ୍କ ସମେତ ଶତାଧିକ ଭାଜପା ନେତା ଓ କର୍ମୀମାନେ ଶୋଭାଯାତ୍ରାରେ ଏସ୍‌ପି ଅଫିସ ସମ୍ମୁଖକୁ ଆସି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅଣ୍ଡାମାଡ଼ କରିଥିବା ବିଜେଡି କର୍ମୀଙ୍କୁ ଗିରଫ କରିବାକୁ ଦାବୀ କରିଥିଲେ । ଏସ୍‌ପି ନୀତିନ କୁଶଲକରଙ୍କୁ ଭେଟି ଆଲୋଚନା କରିଥିଲେ । ଏସ୍‌ପି କୁଶଲକର ୨ ଅଭିଯୁକ୍ତ ସୁରେଶ ନାଏକ ଓ ବିଷ୍ଣୁ ପଟେଲଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ଓ ଅନ୍ୟ ୨ ଫେରାର ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ।

jay balangir
Leave A Reply

Your email address will not be published.

five × two =