csstore

ସଦାଇପାଲି ବିଧାୟକ ପାଣ୍ଠିରୁ ରାସ୍ତା ନିର୍ମାଣରେ ଚଞ୍ଚକତା ଘଟଣା

  • ସଦରବ୍ଲକ ବିଡିଓ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ବରିଷ୍ଠ କିରାଣୀଙ୍କ ବିରୁଦ୍ଧରେ ପୋଲିସରେ ରିପୋର୍ଟ
  • ଦୁର୍ନୀତିଖୋର ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୁହାରି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦାଇପାଲି – ପାଟଣାଗଡ ବାଇପାସ ରାସ୍ତାରୁ ନରସିଂହ ନଗର ପର୍ଯ୍ୟନ୍ତ ମାଟିକାମ ରାସ୍ତା ନିର୍ମାଣ ପାଇଁ ୫ଲକ୍ଷ ଅନୁଦାନ, କେସ ରେକର୍ଡ ସଂଖ୍ୟା ୯୨୯/୨୦୨୩-୨୪ ଫକିର ମୋହନ ଥାଟିଙ୍କ ନାଁରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା କିନ୍ତୁ ଏହି ରାସ୍ତା କାମ ନ କରି ଅଭିଯୁକ୍ତମାନେ ଷଡଯନ୍ତ୍ର କରି ଅସାଧୁ ଉପାୟରେ ଅର୍ଥ ଆତ୍ମସାତ କରିଛନ୍ତି ବୋଲି ଅଭିଯୁକ୍ତ ଶ୍ରୀ ଥାଟି ବଲାଙ୍ଗିର ସଦରବ୍ଲକ ବିଡିଓ ହୃଷିକେଶ ଗଣ୍ଡ, ସହକାରୀ ଯନ୍ତ୍ରୀ ନେନସିରାଣୀ ପୁର୍ତ୍ତି , କନିଷ୍ଠ ଯନ୍ତ୍ରୀ ରଶ୍ମିତା ମହାନ୍ତି ଏବଂ ଉନ୍ନୟନ ଶାଖାର ବରିଷ୍ଠ କିରାଣୀ କିଶୋର ଚନ୍ଦ୍ର ବରିହାଙ୍କ ନାମରେ ବଲାଙ୍ଗିର ସଦରଥାନାରେ ରିପୋର୍ଟ ପ୍ରଦାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀ ଥାଟି ସୂଚନା ଅଧିକାର ଆଇନ ବଳରେ ଏହି କାର୍ଯ୍ୟର ମାପ ଓ ଚେକ, ମାପ ବୁକ୍‌, ବିଲ, ଭାଉଚର, ୟୁଟିଲାଇଜେସନ ସାର୍ଟିଫିକେଟ ସହ ଅନ୍ୟାନ୍ୟ ସରକାରୀ ନକଲର ରେକର୍ଡ ମାଗିଥିଲେ । କିନ୍ତୁ ସଂପୃକ୍ତ କର୍ତ୍ତୃପକ୍ଷ କୌଣସି ରେକର୍ଡ କାର୍ଯ୍ୟାଳୟରେ ନାହିଁ ବୋଲି ଉତ୍ତର ରଖିଥିଲେ । ଆଶ୍ଚର୍ଯ୍ୟ ଲାଗେ ସରକାରୀ ଉନ୍ନୟନ ରେକର୍ଡ ନ ଥିବା ଏ ଅସ୍ୱାଭାବିକ ଘଟଣା । ଏଥିରୁ ସ୍ପଷ୍ଟ ପ୍ରତିତ ହେଉଛି ଯେ, ଅଭିଯୁକ୍ତମାନେ ଏହି କାର୍ଯ୍ୟ ସମ୍ବନ୍ଧିୟ ରେକର୍ଡ ଗୁଡିକୁ ଲୁଚାଇଛନ୍ତି, ଚୋରୀ କରିଛନ୍ତି, ନଷ୍ଟ କରିଛନ୍ତି କିମ୍ବା ଅପରାଧର ପ୍ରମାଣ ନଷ୍ଟ କରିବା ପାଇଁ କୃତ୍ରିମ ଭାବରେ ଅଦୃଶ୍ୟ କରିଦେଇଛନ୍ତି ବୋଲିି ଶ୍ରୀ ଥାଟି ଜଣାଇଛନ୍ତି । ଆହୁରି ମଧ୍ୟ ଅଭିଯୁକ୍ତମାନେ ସରକାରୀ କର୍ମଚାରୀ ହୋଇ ଜନସାଧାରଣଙ୍କ ଅର୍ଥ ଓ ସମସ୍ତ ରେକର୍ଡ ରକ୍ଷଣାବେକ୍ଷଣ ଦାୟିତ୍ୱରେ ନିଜ ପଦବୀର ଅପବ୍ୟବହାର କରି ଅର୍ଥ ଆତ୍ମସାତ ଓ ଷଡଯନ୍ତ୍ର ଭଳି ଅପରାଧ କରିଛନ୍ତି । ଏହା ଭାରତୀୟ ନ୍ୟାୟ ସଂହିତା ୨୦୨୩ର ସଂପୃକ୍ତ ଧାରା ଅନୁଯାୟୀ ଦଣ୍ଡନୀୟ ଏବଂ ସଞ୍ଜେୟ ଅପରାଧ ଅଟେ । ଏହି ମର୍ମରେ ଅଭିଯୋଗକାରୀ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ପୋଲିସର ଦ୍ୱାରସ୍ତ ହେବା ସହ କାର୍ଯ୍ୟାସ୍ଥଳ ପରିଦର୍ଶନ, ସରକାରୀ କାର୍ଯ୍ୟାଳୟରୁ ରେକର୍ଡ ଜବତ ସହ ଅଭିଯୁକ୍ତମାନଙ୍କୁ ପଚାରାଉଚୁରା କରାଯାଉ ବୋଲି ଅନୁରୋଧ କରିଛନ୍ତି । ତା’ ସହ ଆତ୍ମସାତ ହୋଇଥିବା ସରକାରୀ ଅର୍ଥ ପାଇଁ ଆଇନଗତ ପଦକ୍ଷେପ ପାଇଁ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ତୁରନ୍ତ ଏଫ୍‌ଆଇଆର ରୁଜୁ ସହ କେସ ସମ୍ବନ୍ଧିୟ ସମସ୍ତ ରେକର୍ଡ, ଆର୍ଥିକ ଟ୍ରାଙ୍ଗଜେସନ ଏବଂ କାର୍ଯ୍ୟାଦେଶ ସମ୍ବନ୍ଧିୟ ସମସ୍ତ ଫାଇଲ ପୋଲିସ ତରଫରୁ ଜବତ କରାଯାଉ ବୋଲି ଶ୍ରୀ ଥାଟି ପ୍ରାର୍ଥନା କରିଛନ୍ତି ।

jayashree
Leave A Reply

Your email address will not be published.