jsm

ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ଏସ୍‌ଏମ୍‌ସି ଗଠିତ

csstore

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରାର ନୂତନ ବିଦ୍ୟାଳୟ ପରିଚାଳନା ସମିତି (ଏସ୍‌ଏମ୍‌ସି) ଅସ୍ଥାୟୀ ସଭାପତି ପୂର୍ଣ୍ଣଚନ୍ଦ୍ର ଛତ୍ରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପିଟିଏ ବୈଠକରେ ସ୍ଥାନୀୟ ସିଆର୍‌ସିସି ପର୍ଯ୍ୟବେକ୍ଷକ ଭାବେ ଯୋଗ ଏସ୍‌ଏମ୍‌ସିର ଗଠନ ପ୍ରକ୍ରିୟା, ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ସଭା ସଞ୍ଚାଳନ କରିଥିଲେ । ଚେୟାରମେନ ଓ ଭାଇସ୍ ଚେୟାରପରସନ୍ ଚୟନ ସଭାରେ ବିଇଓ ନମିତା ରାଣୀ ଭୋଇ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ସର୍ବ ସମ୍ମତି କ୍ରମେ ଚେୟାରମେନ ଭାବେ ଟୁନା ସୁନା, ଭାଇସ୍ ଚେୟାରପରସନ୍ ଭାବେ କମଳିନୀ ମନହୀରା, ଏସ୍‌ଟି ସଦସ୍ୟ ଭାବେ ଦୁର୍ଯ୍ୟୋଧନ ଧରୁଆ, ଓବିସି ସଦସ୍ୟ ଭାବେ ଟୁକୁମଣି ସାହୁ, ସିଡବ଼ଲୁଏସ୍‌ଏନ୍ ସଦସ୍ୟା ଭାବେ ସୁନିତା ଛତ୍ରିଆ ଏବଂ ସଦସ୍ୟ ଭାବେ କେନସିଂ ତାଣ୍ଡି, ତ୍ରିଲୋଚନ ବଢିଆ, ଧନଞ୍ଜୟ ସାହୁ ଏବଂ ସଦସ୍ୟା ଭାବେ ଗୀତାଞ୍ଜଳି ମହାନନ୍ଦ, ଜୁଲି ଜୟନ୍ତୀ ଝାଙ୍କର, ସରୋଜିନୀ କଏଣ୍ଡା, ଶୁଭମିତା ସାହୁ, ରିଙ୍କି ସୁନା, ଡୋଲେଶ୍ୱରୀ ନାୟକ ଓ ଉଦିଆଁ ଭୋଇ ପ୍ରମୁଖ ମନୋନୀତ ହୋଇଥିଲେ । ଏକ୍ସ ଅଫିସିଓ ସଦସ୍ୟା ଭାବେ କାଉନସିଲର ମାମୀ ଦାସ, ଅଙ୍ଗନୱାଡ଼ି କର୍ମୀ ମାୟାବତୀ ଛତ୍ରିଆ, ଆଶାକର୍ମୀ ବିତିସୁତା କୁମ୍ଭାର, ବରିଷ୍ଠ ସହକାରୀ ଭାବେ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ ଓ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶଙ୍କୁ ଆବାହକ ଭାବେ ମନୋନୀତ କରାଯାଇଥିଲା । ବିଦ୍ୟାଳୟର ସୁପରିଚାଳନା ପାଇଁ ଦୁଇଟି ସବ୍ କମିଟି ଗଠିତ ହୋଇଥିଲା । ପ୍ରଥମତଃ ସ୍କୁଲ ଶିକ୍ଷା କମିଟି ଗଠିତ ହୋଇଥିଲା । ଏଥିରେ ଚେୟାରମେନ ଟୁନା ସୁନା, ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ, ସହକାରୀ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ, ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ କୁମାର ସା, ବାଳିକା ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଡାକ୍ତର ବାଗ ଓ ସିଆର୍‌ସିସି ଜଗମୋହନ ତ୍ରିପାଠୀଙ୍କୁ ମନୋନୀତ କରାଯାଇଥିଲା । ଦ୍ଵିତୀୟତଃ ସ୍କୁଲ୍ ବିଲଡିଂ କମିଟିରେ ଚେୟାରମେନ ଟୁନା ସୁନା, ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ, ସହକାରୀ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ, ବ୍ଲକ୍ ଶିକ୍ଷା ବିଭାଗ ଟିସି ଶୁଭେନ୍ଦୁ ମାନସିଂହ ଓ ସିଆର୍‌ସିସି ଜଗମୋହନ ତ୍ରିପାଠୀଙ୍କୁ ମନୋନୀତ କରାଯାଇଥିଲା । ଶେଷରେ ଶିକ୍ଷୟିତ୍ରୀ ବିନ୍ଦୁ ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ରଞ୍ଜିତା ନାଗ ଓ ଆକାଂକ୍ଷା ରାଣୀ ଯୋଶୀ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.