ଭୁବନେଶ୍ୱର, (କେପିଏନ୍ଏସ୍) : ମହିଳା ଓ ଶିଶୁ ସୁରକ୍ଷା କ୍ଷେତ୍ରରେ ହିତାଧିକାରୀମାନଙ୍କ ପାଇଁ ସରକାରୀ ସହାୟତା ପ୍ରଦାନ ନେଇ ଅଧିକ ତତ୍ପରତାର ସହ କାର୍ଯ୍ୟ କରିବାକୁ WCDOdisha ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍ ଭଦ୍ରକ ଗସ୍ତରେ ବିଭାଗୀୟ କାର୍ଯ୍ୟ ସମୀକ୍ଷା କରିବା ଅବସରରେ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।