ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା କଲେ ନକ୍ସଲ

ମାଲକାନଗିରି : ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା କଳେ ନକ୍ସଲ । ମୃତକ ହେଉଛନ୍ତି ମୋରମେଡ଼ ପଞ୍ଚାୟତର ସରପଞ୍ଚ ପତିରାମ କୁଡିଆମ ।

ସୂଚନାନୁଯାୟୀ, ତୈନାଡ ଥାନା ଅନ୍ତର୍ଗତ ମୋରମେଡ଼ ଗ୍ରାମ ପଞ୍ଚାୟତର ସରପଞ୍ଚ ପତିରାମ କୁଡିଆମଙ୍କୁ ନକ୍ସଲମାନେ ଗତ ଦୁଇ ଦିନ ତଳେ ଅପହରଣ କରିଥିଲେ । ୧୫ ରୁ ୨୦ ଜଣ ସଶସ୍ତ୍ର ନକ୍ସଲ ସରପଞ୍ଚ ପତିରାମ କୁଡିଆମଙ୍କ ଘରେ ଆସି ତାଙ୍କୁ ନକ୍ସଲ ସଭାରେ ଯୋଗଦେବା ଲାଗି ଡାକି ନେଇଥିଲେ । ଆଜି ନିକଟସ୍ଥ ଜଙ୍ଗଲରୁ ପତିରାମଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଇନଫର୍ମର ସନ୍ଦେହରେ ନକ୍ସଲମାନେ ତାଙ୍କୁ ହତ୍ୟା କରିଥିବା ନେଇ ଘଟଣାସ୍ଥଳରେ କିଛି ହାତ ଲେଖା ପୋଷ୍ଟରରେ ଉଲ୍ଲେଖ ରହିଛି । ଘଟଣାସ୍ଥଳରେ ବିଜାପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.