csstore

୧୬ ନମ୍ବର ଜାତୀୟ ରାଜପଥ ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକରେ ଲାଗିଲା ନିଆଁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ସୂର୍ଯ୍ୟନାରାୟଣପୁର ୧୬ ନମ୍ବର ଜାତୀୟ ରାଜପଥରେ ଖୋର୍ଦ୍ଧାରୁ ବ୍ରହ୍ମପୁର ଅଭିମୁଖେ ନେଇ ଯାଉଥିବା ଘରୋଇ ଗ୍ୟାସ୍ ସିଲିଣ୍ଡର ବୋଝେଇରେ ଟ୍ରକ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା । ଫଳରେ ହୁତୁହୂତୁ ହୋଇ ଜଳିଲା ଟ୍ରକ୍ । ଏହାଦେଖି ସ୍ଥାନୀୟ ଲୋକଙ୍କ ନିକଟରୁ ଗଞ୍ଜାମ ଥାନା ଅଧିକାରୀ ସୁମିତ୍ରା ପାତ୍ର ଖବର ପାଇ ଅଗ୍ନିଶମ ବିଭାଗ ଛତ୍ରପୁରକୁ ଜଣାଇଥିଲେ । ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ଛତ୍ରପୁର SDPO ଗୌରହରି ସାହୁ, ଗଞ୍ଜାମ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଗଞ୍ଜାମ ବିଡ଼ିଓ ଅଛୁତାନନ୍ଦ ଯାନୀ, MVI ଏବଂ ଗ୍ରାଶୀମ କମ୍ପାନୀର ସିକ୍ୟୁରିଟି ଫାଇର ଅଫିସର ପହଞ୍ଚି ଜାତୀୟ ରାଜପଥର ଉଭୟ ପର୍ଶ୍ୱରୁ ଯାନବାହାନ ରୋକିବା ସହ ଲୋକଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଥିଲେ । ଛତ୍ରପୁର ଅଗ୍ନିଶମ ବାହିନୀ ଓ ଗ୍ରସିମ୍ କମ୍ପାନୀ ଅଗ୍ନିଶମ ବାହୀନିର ଜୋରଦାର ପ୍ରାୟାସ କରି ନିଆକୁ ଆୟତ କରିଥିଲେ । ଯାହା ଫଳରେ ସ୍ଥିତି ସମ୍ପୂର୍ଣ୍ଣ ଭାବେ ଆୟତକୁ ଆସିଥିଲା । କହିବାକୁ ଗଲେ ଗୋଟିଏ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଛି ସ୍ଥାନୀୟ ଅଞ୍ଚଳ । ନିଆଁକୁ ଆୟତ୍ତ କଳାପରେ ରାଜପଥର ଗୋଟିଏ ପାଶ୍ୱର୍ରେ ଯାନବାହାନ ଚାଳ ଚାଳ କରିବାକୁ ସୁଯଗ ଦିଆଯାଇଥିଲା ।

jayashree
Leave A Reply

Your email address will not be published.