om academy

ବଲାଙ୍ଗିର ଜିଲ୍ଲାର ଗର୍ବ ଓ ଗୌରବ : ଜେଇଇ ଆଡଭାନ୍ସ ପରୀକ୍ଷାରେ କଣ୍ଟାବାଞ୍ଜି ର ଦୁଇ ଭାଇ କୃତକାର୍ଯ୍ୟ

jsm

କଂଟାବାଂଜି, (ଗୁରୁଦୟାଲ ହଂସ) : ଗତକାଲି ଜେଇଇ ଆଡଭାନ୍ସର ସର୍ବ ଭାରତୀୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରିକ୍ଷାରେ ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ସହରର ଗୋଟିଏ ପରିବାର ଦୁଇ ଭାଇ ରେକର୍ଡ କରିଛନ୍ତି । ସର୍ବ ଭାରତୀୟ ସ୍ତରରେ ରୌନକ ଡାଲମିଆ ୫୨ ର‌୍ୟାଙ୍କ ରଖି ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ତାଙ୍କ ସାନ ଭାଇ ମନ୍ଥନ ଡାଲମିଆ ୧୦୦ ନମ୍ବର ର‌୍ୟାଙ୍କ ରଖି ଓଡିଶାର ତୃତୀୟ ନମ୍ବରରେ ଥିବା ଜଣାପଡ଼ିଛି । ପରିବାରରେ ଏବେ ଖୁସିର ମାହୋଲ । ଦୁଇ ଭାଇ ପରୀକ୍ଷାରେ କମାଲ କରିଥିବା ଯୋଗୁଁ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟୁଛି । ରୌହନ ଏବଂ ମନ୍ଥନଙ୍କ କହିବା ଅନୁସାରେ ବିନା କୌଣସି ଟିୟୁସନ ବା କୋଚିଂ କରି ସେମାନେ ପରିକ୍ଷାରେ ଉତ୍ତୀର୍ଣ୍ଣ ହେଇଛନ୍ତି । ଲକ ଡାଉନ ସମୟରେ ଲୋକେ ବାହରକୁ ବାହାରିବାକୁ ବାରଣ ଥିବାବେଳେ ଏହାର ସୁଯୋଗ ନେଇ ଦୁଇ ଭାଇ ଘରେ ରହି କେବଳ ନିଜ ପାଠପଢାରେ ଧ୍ୟାନ ଦେଇଥିଲେ । ଦୁଇ ଭାଇଙ୍କ ଏହି ସଫଳତାକୁ ନେଇ କଂଟାବାଞ୍ଜି ସହରବାସୀ ବେଶ ଖୁସିଥିବା ବେଳେ ଆଗକୁ ତା‌ଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ପୁର୍ବରୁ କଂଟାବାଞ୍ଜି ସହରରେ ୬ ଜଣ ସିଭିଲ ସର୍ଭିସ ପରୀକ୍ଷାରେ ଭଲ ର‌୍ୟାଙ୍କ ରଖି କଂଟାବାଞ୍ଜିର ସୁନାମ ଅର୍ଜନ କରିଥିବା ବେଳେ ଏହି ଦୁଇ ଭାଇ ଭଲ ର‌୍ୟାଙ୍କ ରଖିବାରୁ କଣ୍ଟାବାଞ୍ଜି ସହରର ସୁନାମ ଅର୍ଜନ କରିଛନ୍ତି । ତେବେ ଏହି ଦୁଇ ଭାଇ ବଲାଙ୍ଗିର ଜି‌ଲ୍ଲାର ଗର୍ବ ଓ ଗୌରରବ ବୋଲି କୁହାଯାଇଛି ।

Leave A Reply

Your email address will not be published.