ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ପୋଲିସକୁ ମିଳିଛି ବଡ ସଫଳତା । ବିଶେଷ ସୂତ୍ରରୁ ଖବର ପାଇ ୬୬୦ କେଜି ଗଞ୍ଜେଇ ସହ ଗୋଟିଏ ପିକ୍ଅପ୍ ଗାଡି, ଗୋଟିଏ ଆଇ ୨୦ କାର ସହ ଗୋଟିଏ ପିସ୍ତଲ ପୁଲିସ ଜବତ କରିଥିବା ବେଳେ ଏଥିରେ ସମ୍ପୃକ୍ତ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ୬ଜଣଙ୍କ ମଧ୍ୟରୁ ଜଣେ ବିଷମ କଟକ ଅଂଚଳର ହୋଇଥିବା ବେଳେ ୨ଜଣ କୋରାପୁଟ ଏବଂ ୩ଜଣ ରାୟଗଡା ସଦରର ବୋଲି ଜଣାପଡ଼ିଛି । ଗଞ୍ଜେଇ ଜବତ ସମୟରେ ଜିଲ୍ଲା ଡେପୁଟି କଲେକ୍ଟର ଏନ୍. ରବି ପ୍ରଧାନଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରାଯାଇ ରାୟଗଡ଼ା ଥାନାକୁ ନିଆଯାଇଥିଲା । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୩୧ ଲକ୍ଷ ହେବା ନେଇ ସୂଚନା ରହିଛି । ଗିରଫ ୬ ଜଣ ହେଲେ ରେଡ୍ଡି ଅମଲା ରାଜ, ରେଡ୍ଡି ଅଭିନାସ, ରେଡ୍ଡି ଆନନ୍ଦ, ରଞ୍ଜିତ କରକରିଆ, ମୁଜାବୁଲ ହକ ଅଲି, ଏ ବିନୋଦ କୁମାର । ଏହି ଗଞ୍ଜେଇ ବିଷମକଟକ ଠାରୁ କୋରାପୁଟ ଅଭିମୁଖେ ଚାଲାଣ ହେଉଥିବା ସମୟରେ ରାୟଗଡା ଟାଉନ ଥାନା ପୋଲିସ ଏକ ଟିମ ଏମାନଙ୍କୁ ପିଛାକରି ରାୟଗଡା ସହର ହାଲୁଆ ନିକଟରୁ ଧରିବାରେ ସକ୍ଷମ ହୋଇଥିଲା ।
Prev Post