ଶାସନପାଲି ଗାଁରୁ ୮ କିଲୋ ଗଂଜେଇ ଜବତ୍‌ କଲା ତୁଷୁରା ଅବକାରୀ ବିଭାଗ, ୧ ଗିରଫ୍‌

ତୁଷୁରା, (କେପିଏନ୍‌ଏସ୍‌) : ନିକଟସ୍ଥ ଶାସନପାଲି ଗାଁରୁ ୮ କିଲୋ ଗଂଜେଇ ଜବତ୍‌ କରିଛି ତୁଷୁରା ଅବକାରୀ ବିଭାଗ । ଏହି ମାମଲାରେ ଜଣେ ଅଭିଯୁକ୍ତ ଗିରଫ୍‌ ହୋଇଥିବା ମଧ୍ୟ ଜଣାପଡ଼ିଛି । କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଶାସନପାଲି ଗାଁରେ ଜଣକ ଘରେ ତୁଷୁରା ଅବକାରୀ ବିଭାଗ ଚଢ଼ାଉ କରିଥିବା ବେଳେ ତାଙ୍କଠାରୁ ୮ କିଲୋ ଗଂଜେଇ ଜବତ୍‌ କରିଛି । ଏହି ଚଢ଼ାଉରେ ଏସ୍‌ଆଇ ବାଣୀ ସୁନା, ଏସ୍‌ଆଇ ଡୁଲେଶ୍ୱର କୁମୁରା, ମଧୁସୂଦନ ଏବଂ କନେଷ୍ଟବଳ ବିଭୂତି ଭୋଇ ଓ ଅନ୍ୟମାନେ ସାମିଲ୍‌ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.

16 − six =