କାର୍ ସହ ୪୦ କେଜି ଗଞ୍ଜେଇ ଜବତ, ୧ ଗିରଫ

ସୋନପୁର : ସୋନପୁର ଅବକାରୀ ବିଭାଗ ଦ୍ଵାରା ଆଜି ସ୍ଥାନୀୟ ପଟାଭାଡ଼ି ଛକରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ କାଳରେ କାର୍ ସହ ୪୦ କେଜି ଗଞ୍ଜେଇ ଜବତ କରାଯାଇଥିବା ଜଣାପଡିଛି । ଏ ଘଟଣାରେ ବାହାର ରାଜ୍ୟର ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଏହି ଦୁଇ ଜଣ ବିହାର ଅଞ୍ଚଳର ରାଜ୍ ଯାଦବ ଓ ଚନ୍ଦନ କୁମାର ବୋଲି ଜଣାପଡିଛି । କନ୍ଧମାଳ ଜିଲ୍ଲା ମୋହନା ଅଞ୍ଚଳରୁ ଏହି ଗଞ୍ଜେଇ ଆଣିଥିବା ଅଭିଯୁକ୍ତମାନେ ପ୍ରକାଶ କରିଛନ୍ତି ବୋଲି ଅବକାରୀ ଇନ୍ସପେକ୍ଟର ରାଧାକାନ୍ତ ଭୋଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

18 − 13 =