csstore

ଗଞ୍ଜାମ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଛତ୍ରପୁରସ୍ଥ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଏହି ବହୁ ଭିନ୍ନକ୍ଷମ ଅନୁଷ୍ଠାନ ଓ ଭିନ୍ନକ୍ଷମ ସାମାଜିକ କଲ୍ୟାଣ ସଂଘରୁ ବହୁ ଭିନ୍ନକ୍ଷମ ଛାତ୍ରଛାତ୍ରୀ, ଯୁବକ, ଯୁବତୀ, ବ୍ୟକ୍ତି-ବିଶେଷ୍ୟ ଗଣ ଯୋଗ ଦେଇଥିଲେ । ଏହି ଦିବସରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା କୃତୀତ୍ୱ ଅର୍ଜନ କରିଥିବା ଭିନ୍ନକ୍ଷମଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ପ୍ରତିକୃତୀରେ ଭକ୍ତିପୂତ ସମ୍ମାନ ଜଣାଇ ଅତିଥୀମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଵଳନ କରାଯାଇଥିବା ବେଳେ ବ୍ରହ୍ମପୁରର ଅଗ୍ରଣୀ ଓଡ଼ିଶା ଦୃଷ୍ଟିହୀନ ସେବା କେନ୍ଦ୍ରର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ପରେ ଆନୁଷ୍ଠାନିକ ସଭା ପରେ ପୁଣି ଏହି ସଂଗଠନର ଛାତ୍ରଛାତ୍ରୀମାନେ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦେବୀ କାର୍ଯ୍ୟକ୍ରମ ସମ୍ପର୍କରେ ବିଶଦ ବିବରଣୀ ପାଠ କରିବା ସାଂଗକୁ ଅତିଥୀମାନଙ୍କ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥୀ ଭାବେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲୀନା କୁମାରୀ ଖେସ୍, ମୁଖ୍ୟବକ୍ତା ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ସମ୍ମାନୀତ ଅତିଥୀଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସର ମହତ୍ତ୍ୱକୁ ପ୍ରତିପାଦନ କରି ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବିଭିନ୍ନ କ୍ଷେତ୍ରରେ କଳା ସାହିତ୍ୟ କ୍ଷେତ୍ରରେ ସୁଯୋଗ ପ୍ରଦାନ ସାଂଗକୁ ସ୍ୱାବଲମ୍ବନଶୀଳ କରାଇବା କ୍ଷେତ୍ରରେ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନିଆଯାଇଛି । ଭିନ୍ନକ୍ଷମମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଇଛି ବୋଲି ଅତିଥୀମାନେ ମତବ୍ୟକ୍ତ କରିଛନ୍ତି । ଆଗକୁ ଭିନ୍ନକ୍ଷମମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବା ନିମନ୍ତେ ସରକାର ପଦକ୍ଷେପ ନେଉଛନ୍ତି ବୋଲି କୁହାଯାଇଛି । ଶେଷରେ ଭିନ୍ନକ୍ଷମ ପିଲାମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇ ଏହାକୁ ଉତ୍ସବ ମୁଖର କରାଯାଇଥିଲା ।

jayashree
Leave A Reply

Your email address will not be published.