csstore

ବାଞ୍ଜିପାଲି ଗ୍ରାମ ନିକଟରେ ୨୫ଟି ଶାଗୁଆନ ଗଣ୍ଡି ଜବତ କଲା ଲୋଇସିଂହା ବନ ବିଭାଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଜି ସକାଳ ୭ଟା ସମୟରେ ଲୋଇସିଂହା ରେଞ୍ଜର କର୍ମଚାରୀମାନେ ଲୋଇସିଂହା ବିଭାଗର ବାଞ୍ଜିପାଲି ଗ୍ରାମ ନିକଟରେ ୨୫ଟି ଶାଗୁଆନ ଗଣ୍ଡି ଜବତ କରିଛନ୍ତି । ଜବତ ସାମଗ୍ରୀକୁ ଅଧିକ ଅନୁସନ୍ଧାନ ପାଇଁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିଲା । ରେଞ୍ଜ ଅଧିକାରୀ ପାଉଲ ହରପାଲଙ୍କ ନେତୃତ୍ୱରେ ଫରେଷ୍ଟର ବାବୁଲା ଦାଶ, ଅଶୋକ ନାୟକ, ବସନ୍ତ କୁମାର ମହାକୁର, ଫରେଷ୍ଟ ଗାର୍ଡ ସଂଜୀବ ନାୟକ, ଲକ୍ଷ୍ମୀ ନାରାୟଣ ସ୍ୱାଇଁ ଏବଂ ଲୋଇସିଂହା ରେଞ୍ଜର ପାରା ସ୍କ୍ୱାର୍ଡ ଏହି ଚଢ଼ାଉରେ ସାମିଲ୍‌ ଥିବା ବନବିଭାଗ ପକ୍ଷରୁ କୁହାଯାଇଛି ।

jayashree
Leave A Reply

Your email address will not be published.