csstore

ଗାନ୍ଧୀ ଜୟନ୍ତୀ ପାଇଁ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ଅକ୍ଟୋବର ୨ ତାରିଖ ଦିନ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସହରରେ ଥିବା ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଗାନ୍ଧୀ ସମ୍ପର୍କୀତ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସେକ୍ଟର ୨୦ସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଆଞ୍ଚଳିକ ମୁଖ୍ୟ ଭଗବତୀ ଜେନାଙ୍କ ଆବାହକତ୍ଵ ରେ ଆୟୋଜିତ ଏହି ପ୍ରତିଯୋଗିତା ଗୁଡିକ ସେକ୍ଟର ୨୦ସ୍ଥିତ କୋଏଲ ବିଦ୍ୟାପୀଠ ଓ ଜଗଦା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବିଚାରକ ତଥା ଅତିଥି ଭାବେ ଡ଼ଃ ସୁମନ ଦତ୍ତ, ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ପ୍ରାକ୍ତନ ସିଜିଏମ୍ ପ୍ରମୋଦ କୁମାର କର, ବିର୍ସା ମୁଣ୍ଡା ବିଦ୍ୟାପୀଠର ସମ୍ପାଦକ ବିପଦ ଭଞ୍ଜନ ପଣ୍ଡା, କବୟିତ୍ରୀ ସସ୍ମିତା ପ୍ରଧାନ ଓ କବି ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗଦେଇଥିଲେ। କୋଏଲ ବିଦ୍ୟାପୀଠର ୩୬ ଜଣ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲା ବେଳେ ବରିଷ୍ଠ ଶିକ୍ଷକ ଅରୁଣ କୁମାର ସ୍ବାଇଁ, ପଦ୍ମଲୋଚନ ଦାଶ, ଅଦ୍ଵୈତ ପ୍ରସାଦ ନାୟକ ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ। ସେହିପରି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ୧୩୦ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ପ୍ରଧାନ ଆଚାର୍ୟ୍ୟ ସୂର୍ୟ୍ୟନାରାୟଣ ଦାସ, ରଶ୍ମିବାଳା ସାମଲ, ଅର୍ଚ୍ଚନା ପଣ୍ଡା, କାଶୀନାଥ ପାଢ଼ୀ,ପ୍ରଭୁରାମ ପାଲ, ସୁମିତ୍ରା ସିଂ, ପ୍ରଦୀପ ପାଲଟା ସିଂ ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ। ଆବାହକ ଭଗବତୀ ଜେନା ଏହି ପ୍ରତିଯୋଗିତାର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିବାବେଳେ ଶେଷରେ ଶ୍ରୀ କର ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଗାନ୍ଧୀ ଜୟନ୍ତୀ ଦିନ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି।

jayashree
Leave A Reply

Your email address will not be published.