pakka

ଗଣମାଧ୍ୟମ ଗଣତନ୍ତ୍ରର ବଳ : ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ

bbehera
  • ଉତ୍କଳମେଲର ୩୩ତମ ସ୍ୱନକ୍ଷତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : କ୍ଷୁଦ୍ର ମଧ୍ୟମ ଖବର କାଗଜ, ଛୋଟ ଦଳ ଓ ଛୋଟ ଶିଳ୍ପ ସମାଜରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ଗଣମାଧ୍ୟମ ଗଣତନ୍ତ୍ରର ବଳ ବୋଲି ଉଦ୍‌ଘାଟକ ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଉତ୍କଳମେଲର ୩୩ତମ ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ମତବ୍ୟକ୍ତ କରିଛନ୍ତି । ଦୈନିକ ଖବର କାଗଜ ଉତ୍କଳମେଲ ଭୁବନେଶ୍ୱର ଓଡିଆ ସଂସ୍କରଣର ୩୩ତମ ସ୍ୱନକ୍ଷତ୍ର ଦିବସ ଓ ସାରସ୍ୱତ ସମାବେଶ ଜୟଦେବ ଭବନ ପରିସରସ୍ଥ ଗୀତ ଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ସଂପାଦକ ଡଃ ପୀତବାସ ମିଶ୍ରଙ୍କ ସଭାପତିତ୍ୱ ଓ ନିର୍ଦ୍ଦେଶିକା ରୀତା ମିଶ୍ରଙ୍କ ଆବାହକତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିଚାଳନା ସଂପାଦକ ବିବେକାନନ୍ଦ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଉଦ୍‌ଘାଟକ ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ସାଂସଦ ତଥା କବି ଡଃ ପ୍ରସନ୍ନ ପାଟ୍ଟଶାଣୀ, କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ପ୍ରାକ୍ତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଗାନ୍ଧୀବାଦୀ ଓ ସମାଜସେବୀ ଉମାବଲ୍ଲଭ ମହାପାତ୍ର, ରାଉରକେଲା ସଚେତନ ନାଗରିକ ମଞ୍ଚର ସାଧାରଣ ସଂପାଦକ ପି.ପି.ରାୟ ପ୍ରମୁଖ ଯୋଗଦେଇ ସମ୍ବାଦପତ୍ରର ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ସାମାଜିକ ଦାୟିତ୍ୱବୋଧ ଓ ଜନସାଧାରଣଙ୍କ ସମସ୍ୟା ତଥା ସେମାନଙ୍କର ସ୍ୱରକୁ ସମ୍ବାଦପତ୍ର ନିଜର ଭାଷା ରୂପେ ବ୍ୟବହାର କଲେ ତାହା ଜନାଦୃତ ହେବ ବୋଲି କହିଥିଲେ । ଦ୍ୱିତୀୟ ଓ ତୃତୀୟ ଅଧିବେଶନରେ ପ୍ରଫେସର ମାନସ ରଂଜନ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଆଲୋଚ୍ୟ ବିଷୟ “ଖବରକାଗଜର ଭାଷା ଓ ଜନଜୀବନ ପାଇଁ କଳା ସାହିତ୍ୟ” ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ଆଲୋଚନା ଚକ୍ରରେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୁତି ଭୂଷଣ କର, ବରିଷ୍ଠ ସାମ୍ବାଦିକ କୈଳାଶ ମିଶ୍ର, ବରିଷ୍ଠ ସାମ୍ବାଦିକ ସନତ ମିଶ୍ର, ଏକେଏସ୍‌ ଅଧ୍ୟକ୍ଷା ତଥା ନୃତ୍ୟ ସଂଗୀତ ବିଶାରଦ ଡଃ ଚନ୍ଦନା ରାଉଳ, ସୁଲେଖକ ବିରଜା ମହାପାତ୍ର, ପୂର୍ବତଟ ରେଳବାଇର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ, କବି ତଥା ବୁଦ୍ଧିଜୀବୀ ଶରତ ଦାସ, ଡଃ ମହେଶ୍ଵର, ତପନ ମହାରଣା ଶର୍ମା, ସାହିତ୍ୟିକା ତଥା କବୟିତ୍ରୀ ଶୈଳବାଳା ମହାପାତ୍ର ଓ ଯୋଗେଶ୍ୱର ପ୍ରହରାଜ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଲୋଚକମାନେ ମତ ରଖି କହିଲେ ଯେ ସାହିତ୍ୟ ଜନଜୀବନରୁ ସୃଷ୍ଟି । ଖବରକାଗଜର ଭାଷା ଜନଜୀବନର ଭାଷା । କଳା ସାହିତ୍ୟ, ସଂସ୍କୃତି, ସମ୍ବାଦପତ୍ର ଅଙ୍ଗାଅଙ୍ଗୀ ଭାବେ ଜଡିତ । ସାହିତ୍ୟରେ ଦାୟିତ୍ୱବୋଦ୍ଧତା ରହିଲେ ସାହିତ୍ୟ ପଦବାଚ୍ୟ ହେବ । ସମ୍ବାଦପତ୍ର ହେଉଛି ଜନଜୀବନର ପର୍ଯ୍ୟାପ୍ତ ପରିଭାଷା ବୋଲି ଆଲୋଚକମାନେ ମତ ରଖିଥିଲେ । ଏହି ଅବସରରେ ସ୍ୱଳ୍ପକାଳୀନ ସାମ୍ବାଦିକ କର୍ମଶାଳାର ପୋଷ୍ଟରକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ଅଧିବେଶନରେ କାର୍ଯ୍ୟନିର୍ବାହୀ ସଂପାଦକ ଭାଗବତ ପ୍ରସାଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି, ରାଉରକେଲାର ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ଗୋଳମାଳର ସଂପାଦକ ମାଧବ ସ୍ବାଇଁ, ସାମ୍ବାଦିକ ସନତ ମିଶ୍ର, କୈଳାଶ ମିଶ୍ର, ବିଭୁତି ଭୂଷଣ କର, ଏମ୍‌ଡି ମୋତାହାର ୟୁସୁଫ, ଅରବିନ୍ଦ ରାଉତଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ପୂର୍ବରୁ ଆୟୋଜିତ ଆଙ୍କରିଂ, ସଂଗୀତ ଓ ଖବରକାଗଜ ପଠନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଗୋଧୂଳିର ସଂପାଦିକା ବିମଳା ସିଂହଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ସର୍ବଶ୍ରୀ ଚିତ୍ତରଂଜନ ଦାସ, ସୌଦାମିନୀ ସାମନ୍ତରାୟ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ତରୁଣବାଳା ମହାପାତ୍ର, ମୀନକେତନ ଦାସ, କୁଞ୍ଜବିହାରୀ ରାଉତ, ଯୋଗେଶ୍ୱର ପ୍ରହରାଜ, ସୁଶାନ୍ତ କୁମାର ସ୍ବାଇଁ, ସୁକୁମାର କବି, ଲମ୍ବୋଦର ବେହେରା, ଇତିଶ୍ରୀ ପତି, ଜୟଶ୍ରୀ ପଟ୍ଟନାୟକ, ଗାର୍ଗୀ ଦାସ, ବିଜୟଲକ୍ଷ୍ମୀ ସାହୁ, ଗୀତାଞ୍ଜଳୀ ମହାନ୍ତି, ରଜନୀ ରଣସିଂହ, ମୀନକେତନ ବାରିକ ଓ ବିମଳା ସିଂହ ପ୍ରମୁଖ କବିତା ପାଠ କରିଥିଲେ । ଶେଷରେ ଭୁବନେଶ୍ବର ପ୍ରତିନିଧି ଗଜେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଅକ୍ଷୟ ଧଳ, ବିରଞ୍ଚି ମିଶ୍ର, ମୀନକେତନ ବିଶ୍ବାଳ, ରବି ମହାନ୍ତି ଓ ଅର୍ଜୁନ ମୁଦୁଲି ପ୍ରମୁଖ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

4 × 5 =

error: Content is protected !!