csstore

କୋସଲି ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବୀରେ ଗଣଧାରଣା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଦ୍ୱାରରେ ଆଜି କୋସଲ ସାହିତ୍ୟ ସଂସ୍କୃତି ଏକାଡେମୀ ପକ୍ଷରୁ କୋସଲି ଭାଷା ସାହିତ୍ୟର ସାମ୍ବିଧାନିକ ମାନ୍ୟତା ଦାବୀରେ ଏକ ଗଣ ଧାରଣା ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ପ୍ରତିଷ୍ଠାତା ଆବାହକ ଗୋରେଖନାଥ ସାହୁଙ୍କ ନେତୃତ୍ୱରେ କୋସଲି ଭାଷା ସାହିତ୍ୟର ସୁରକ୍ଷା ସହ ସାମ୍ବିଧାନିକ ସ୍ୱୀକୃତିକୁ ନେଇ ନାରାବାଜି କରିବା ସହ ଗଣ ଧାରଣାରେ ବସିଥିଲେ । କୋସଲି ଭାଷା ସାମ୍ବିଧାନିକ ମାନ୍ୟତା, କୋସଲି ଭାଷାରେ ପ୍ରାଥମିକ ଶିକ୍ଷାଦାନ, କୋସଲି ଭାଷାକୁ ଓଡିଶାର ଦ୍ୱିତୀୟ ସରକାରୀ ଭାଷା ମାନ୍ୟତା ସହ ପଶ୍ଚିମ ଓଡିଶାର କୋସଲ ବିଶ୍ୱ ବିଦ୍ୟାଳୟ ସ୍ଥାପନ ପରି ୪ଦଫା ଦାବୀକୁ ନେଇ ଏହି ଗଣ ଧାରଣା ଅନୁଷ୍ଠିତ ହୋଇଥିଲା ।

jayashree
Leave A Reply

Your email address will not be published.