ରାଷ୍ଟ୍ରୀୟ ମଜଦୁର୍ କଂଗ୍ରେସ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଗଣ ଆନ୍ଦୋଳନ ସହ ଧାରଣା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ରାଷ୍ଟ୍ରୀୟ ମଜଦୁର୍ କଂଗ୍ରେସ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ବିଭିନ୍ନ ଦାବୀ ନେଇ ଆଜିଠୁ ୫ ତାରିଖ ଯାଏଁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ଗଣ ଆନ୍ଦୋଳନ ସହ ଧାରଣା ଆରମ୍ଭ ହୋଇଛି । କ୍ରମାଗତ ଭାବେ ରାଜ୍ୟରେ ବିଦ୍ବ୍ୟୁତ ଶୁଳ୍କ ବୃଦ୍ଧି, କେନ୍ଦ୍ର ସରକାରଙ୍କ ସରକାରୀ ଉଦ୍ୟୋଗ ଘରୋଇକରଣ ଉଦ୍ୟମ, ଶ୍ରମିକ, କୃଷକ ବିରୋଧୀ ନୀତିର ପ୍ରତିବାଦରେ ଏହି ଧାରଣା ଦିଆଯାଇଛି ।

ସୁବର୍ଣ୍ଣପୁର ଜିଲ୍ଲା ମଜଦୁର୍ କଂଗ୍ରେସର ସଭାପତି କର୍ଣ୍ଣରାଜ ପଧାନଙ୍କ ନେତୃତ୍ବରେ ୫୦ରୁ ଅଧିକ କର୍ମକର୍ତ୍ତା ରାଜ୍ୟ ସରକାରଙ୍କ ଜନ ବିରୋଧୀ କାର୍ୟ୍ୟ ବିରୁଦ୍ଧରେ ଏହି ଧାରଣା ଓ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.