ଦୀପାବଳି ବେଳେ ବାଣ ଫୁଟା ଓ ବାଣ ବିକ୍ରି ନିଷେଧ, ଅମାନିଆଁ ସାମ୍ନା କରିବେ କଡ଼ା କାର୍ଯ୍ୟାନୁଷ୍ଠାନ : ରାଜ୍ୟ ସରକାର

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ଦୀପାବଳି ବେଳେ ବାଣଫୁଟାକୁ ରାଜ୍ୟ ସରକାର ନିଷେଧ କରିଛନ୍ତି । ଏହା ସହ ବାଣ ବିକ୍ରି ଉପରେ ମଧ୍ୟ ନିଷେଧାଦେଶ ଜାରି କରିଥିବା ଜଣାପଡ଼ିଛି । ଏ ନେଇ ସ୍ବତନ୍ତ୍ର ରିଲିଫ୍ କମିସନରଙ୍‌ଙ୍କ ପକ୍ଷରୁ ଏକ ଗାଇଡଲାଇନ୍ ଜାରି କାଯାଇଛି । ଏହି ନି‌ଷେଧାଦେଶ ନଭେମ୍ବର ୧୦ରୁ ୩୦ ତାରିଖ ପର୍ୟ୍ୟନ୍ତ ଜାରି ରହିବ । ଏହି ନିୟମ ଯିଏ ନ ମାନିବ, ସେମାନେ ସାମ୍ନା କରିବେ କଡ଼ା କାର୍ୟ୍ୟାନୁଷ୍ଠାନ । ବିପର୍ୟ୍ୟୟ ପରିଚାଳନା ଆଇନ ୨୦୦୫ ତଥା ଅନ୍ୟ ସମ୍ପୃକ୍ତ ଆଇନର ଧାରା ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ଓ ପୁଲିସକୁ ମଧ୍ୟ ନି‌ର୍ଦେଶ ଦିଆଯାଇଛି ।

Leave A Reply

Your email address will not be published.