csstore

ଗର୍ଭବତୀ ଗାଈକୁ ପିଟିଲା ଟାଟା ଇଣ୍ଡିକୋ : ଗାଈର ଅବସ୍ଥା ସଂକଟାପନ୍ନ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସହର ନିକଟସ୍ଥ ସଦାଇପାଲି ସୁଶ୍ରୀ ହଷ୍ଟେଲ ନିକଟରେ ବଲାଙ୍ଗିର ପଟୁ ଯାଉଥିବା ଓ ଆର୍ ୧୭ ଜି ୫୯୪୪ ଟାଟା ଇଣ୍ଡିକୋ ଗାଡି ସାମ୍ନା ପଟୁ ଆସୁଥିବା ଗୋଟିଏ ଗର୍ଭବତୀ ଗାଈକୁ ଶକ୍ତ ଧକ୍କା ଦେବା ଫଳରେ ଗାଈଟି ସେହି ସ୍ଥାନରେ ଗୁରୁତର ଅବସ୍ଥାରେ ଟଳି ପଡିଥିଲା । ଗାଡିଟି ଜୋରରେ ଯାଉଥିବାରୁ ଗାଈଟିକୁ ଧକ୍କା ଦେବା ପରେ ଗାଡିର ସାମ୍ନାର କାଚ ଏବଂ ଇଂଜିନ୍ ଭାଂଗିରୁଜି ଚୁରମାର୍ ହୋଇଯାଇଛି । ଗାଡିଟି ହରଭଙ୍ଗାରୁ ରୋଗୀ ଆଣି ଭୀମ ଭୋଇ ମେଡିକାଲକୁ ଆସି ଚିକିତ୍ସା କରାଇ ନିଜ ଗାଁକୁ ଫେରୁଥିଲେ ଗାଈପଲ ଦେଖିକି ମଧ୍ୟ ଗାଡିଟିକୁ ଡ୍ରାଇଭର ଜୋରରେ ଚଲାଉଥିବାରୁ ଏହି ଦୁର୍ଘଟଣା ଘଟିଥିଲା ବୋଲି ସ୍ଥାନୀୟ ଲୋକେ କହୁଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ । ଏବେ ଗାଈଟିର ଅବସ୍ଥା ସଂକଟାପନ୍ନ ଥିବା ବେଳେ ବହୁ ପଶୁ ଡାକ୍ତରଙ୍କୁ ସମ୍ପର୍କ କରାଯାଇଥିଲା । ଶେଷରେ କର୍ତ୍ତବ୍ୟ ଫାଉଣ୍ଡେସନକୁ ଯୋଗାଯୋଗ କଲାପରେ ସେମାନେ ଆସି ଚିକିତ୍ସା କରିଥିଲେ । ଗାଡ଼ିରେ ଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ସଦାଇପାଲିର ହରେରାମ ସାହୁ ନାମକ ଏକ ବ୍ୟକ୍ତି ନିଜ ବୋଲେରୋ ଗାଡ଼ିରେ ଛାଡିବାକୁ ଆଗଭର ହୋଇଥିଲେ ଏବଂ ହରଭଙ୍ଗା ଗାଁକୁ ନିଜ ଗାଡି ଯୋଗେ ସେହି ବ୍ୟକ୍ତିମାନଙ୍କୁ ଛାଡିବାକୁ ପଠାଇଥିଲେ । ହେଲେ ଧକ୍କା ଦେଇଥିବା ଇଣ୍ଡିକୋ ଗାଡି ଏବେ ବି ସେଠି ଅଟକି ରହିଛି ସଦାଇପାଲିର ମୁକେଶ ନାଏକ ନାମକ ଗାଈ ମାଲିକ ସେହି ଗାଈରୁ ଗୋରସ ସଂଗ୍ରହ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିବାରୁ ଗାଈ ବଞ୍ଚିବା ନେଇ ସନ୍ଦେହ ସୃଷ୍ଟି ହୋଇଥିବାରୁ ଗାଡି ମାଲିକକୁ ଗାଈର କ୍ଷତିପୂରଣ ଦେବାକୁ ଡକାଯାଇଛି । ଭାଗ୍ୟକୁ ଅନ୍ୟ କୌଣସି ବ୍ୟକ୍ତିଙ୍କର କ୍ଷତି ଘଟିନାହିଁ ।

jayashree
Leave A Reply

Your email address will not be published.