csstore

ଗାଈ ଗୁହାଳ ନିର୍ମାଣ ପରେ ମିଳୁନି ଟଙ୍କା : ବିଡିଓଙ୍କଠାରେ ଅଭିଯୋଗ କଲେ ହିତାଧିକାରୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ଗୋବିନ୍ଦ ବରିହା, ରୁନ୍ଦ୍ରଧର ରାଜପଲିଆ, ଗଙ୍ଗାଧର ବାରିକ, ଅମର ଧରୁଆ, ଚମ୍ପେସ୍ୱର ବାରିକ, ସତ୍ୟାନନ୍ଦ ବାରିକ, ଭୁବନ ଭୋଇ ସମେତ ଅନେକ ହିତାଧିକାରୀ ମାନେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଗାଈ ଗୁହାଳ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିଲେ ବି ଟଙ୍କା ମିଳିନ ଥିବା ବେଳେ ଏନେଇ ଆଜି ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମଲଙ୍କ ଠାରେ ଅଭିଯୋଗ କରିଛନ୍ତି । ତେବେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ବ୍ଳକ ପ୍ରଶାସନ ଅବହେଳା କାହିଁକି ? ଗାଈ ଗୁହାଳ ନିର୍ମାଣ ପାଇଁ କାର୍ଯ୍ୟାଦେଶ ମଧ୍ୟ ଦିଆଗଲା ହେଲେ ଟଙ୍କା ମିଳିଲା ନାହିଁ ଫଳରେ ଆଜି ବାଧ୍ୟ ହୋଇ ହିତାଧିକାରୀ ମାନେ ବ୍ଳକ ପ୍ରଶାସନ ଠାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗାଈ ଗୁହାଳ ନିର୍ମାଣରେ ଅନେକ ଅନିୟମିତତା ଦେଖାଦେଉ ଥିବା ବେଳେ ବ୍ଳକ ପ୍ରଶାସନ ତଦନ୍ତ ବଦଳେ ଚୁପ ରହୁଥିବା ନେଇ ଅନେକ ସନ୍ଧେହ ମଧ୍ୟ ଦେଖାଦେଇଛି । ତେବେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ ହେଉଛି ।

jayashree
Leave A Reply

Your email address will not be published.