ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଅଗ୍ନିଶମ ଗାଡ଼ି

ଛତ୍ରପୁର : ଗଞ୍ଜାମ ସହର ବଡ଼ବଜାର ମେଡିକାଲ ଛକ ନିକଟରେ ଗ୍ରାସୀମ କେମିକାଲର ଅଗ୍ନିଶମ ଗାଡ଼ି ଧକ୍କାରେ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆହତ ଜଣକ ସୁଶାନ୍ତ ମଣ୍ଡଳ(୪୨) ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ପଣ୍ଡା ସାହିରେ ଜଣେ ବ୍ୟକ୍ତିଙ୍କ ଘରେ ନିଆଁ ଲାଗିଥିବାରୁ ଗ୍ରାସୀମ କେମିକାଲର ଅଗ୍ନିଶମ ଗାଡ଼ିଟି ନିଆଁ ଲିଭାଇବା ପାଇଁ ଯାଉଥିଲା । ଏହି ସମୟରେ ମେଡିକାଲ ଛକ ବ୍ରାହ୍ମଣଢାମାଣା ସାହି ରାସ୍ତା ନିକଟରେ ବାଇକ୍‌ ଆରୋହୀ ଛିଡ଼ା ହୋଇଥିଲେ । ତେବେ ରାସ୍ତା ଉପରେ ରହିଥିବା ଠେଲା ଗାଡ଼ିଟିଏ ଥିବାରୁ ବାଇକ୍‌ ଆରୋହୀ ଜଣକ ଯାଇପାରିନଥିଲେ । ଦ୍ରୁତଗତିରେ ଆସୁଥିବା ଫାୟାର ଗାଡ଼ିଟି ବାଇକ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଇଥିଲା । ବାଇକ ଆରୋହୀ ତଳେ ପଡ଼ିଯିବା ପରେ ଫାୟାର ଗାଡ଼ିର ପଛ ଚକା ସୁଶାନ୍ତଙ୍କ ଗୋଡ଼ ଉପରେ ଚଢ଼ିଯାଇଥିଲା । ଆହତଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

one + 4 =