csstore

୨ତମ ମନୋଜ ମାଝୀ ସ୍ମାରକୀ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ : ଜୁରାବନ୍ଧ ଓ କୁରସୁଡ଼ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତ ମନିଗାଁରେ ୨ତମ ମନୋଜ ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଦ୍ଵିତୀୟ ଦିବସର ପ୍ରଥମ ରାଉଣ୍ଡରେ ଜୁରାବନ୍ଧ ଓ ଦେବଙ୍ଗ ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ଜୁରାବନ୍ଧ ଦଳ ବିଜୟୀ ହୋଇଥିଲା । ଏଥିରେ ଅତିଥି ଭାବେ ପୂର୍ବତନ କପିଲାଭଟା ପଞ୍ଚାୟତ ସରପଞ୍ଚ ଦୁର୍ଦ୍ଦକ୍ଷ ହଂସ, ମନିଗାଁ ସଂକୀର୍ତ୍ତନ ମ୍ୟାନେଜର ମକରଧ୍ୱଜ ପୁଟେଲ, ସମାଜସେବୀ ଯୁବରାଜ ପୁଟେଲ, ସମାଜସେବୀ ଶିବ ନାରାୟଣ ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଦ୍ଵିତୀୟ ରାଉଣ୍ଡରେ ସାନମୁଲା ଓ କୁରସୁଡ଼ ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ କୁରସୁଡ଼ ଦଳ ବିଜୟୀ ହୋଇଥିଲା । ଦ୍ୱିତୀୟ ରାଉଣ୍ଡରେ ଅତିଥି ଭାବେ ଚୁଲିଫୁଙ୍କା ପଞ୍ଚାୟତର ନାଏବ ସରପଞ୍ଚ କୁନୁ ଭରାସଗରିଆ, ଗାଁ ସାଥୀ ତାରା ପୁଞ୍ଜି, ବୁଦ୍ଧିସାଗର ବେହେରା, ପାଣ୍ଡରୁ ବାଗ, ନରସିଂ ଦେବଗୁରୁ, ଡୋଲେଶ୍ୱର ତାଣ୍ଡି, ଧନୁର୍ଯ୍ୟ ଭୋଇ, ଗୋପୀ ପୁଟେଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ରେଫରି ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ଡିସେମ୍ବର ଭୋଇ ଓ ବୁଲୁ ମାଝୀ ସହଯୋଗ କରିଥିଲେ । ଧନୁ ବାଗ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଭାପତି ଅନୀଲ ମାଝୀ, ସମ୍ପାଦକ ଅମିତ ବାଗ, କୋଷାଧ୍ୟକ୍ଷ ସୁଦାମ ବାରିକ, ମହେଶ ମାଝୀ, ଜଗନ୍ନାଥ ମାଝୀ, ଆଶିଷ ବାଗ, ଯୁବରାଜ ମାଝୀ, ଆନନ୍ଦ ମାଝୀ, ସାନନ୍ଦ ମାଝୀ ପ୍ରମୁଖଙ୍କ ସମେତ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ଆସନ୍ତା ଜାନୁଆରୀ ୧୨ ତାରିଖ ଦିନ ଫାଇନାଲ ମ୍ୟାଚ ଖେଳାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।

jayashree
Leave A Reply

Your email address will not be published.