csstore

ଶ୍ରୀଶ୍ରୀ ଧବଲେଶ୍ୱର ବାବା ଯୁବକ ସଂଘ ଦ୍ୱାରା ୧୦ତମ ବାର୍ଷିକ ଉତ୍ସବ ପାଳିତ

  • ଗ୍ରାମର କଳା, ସାଂସ୍କୃତିକ ଓ ଶିକ୍ଷାର ବିକାଶ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ

କଣ୍ଟାବାଞ୍ଜି, (ଗୁରୁଦାୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଉପକଣ୍ଠ କୁକୁଡାହାଡ ଗ୍ରାମ ସ୍ଥିତ ଶ୍ରୀଶ୍ରୀ ଧବଲେଶ୍ୱର ବାବା ଯୁବକ ସଂଘର ୧୦ତମ ବାର୍ଷିକ ଉତ୍ସବ ଗୁରୁବାର ଦିନ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସଂଘର ବାର୍ଷିକ ଉତ୍ସବ ଅବସରରେ ଗ୍ରାମରେ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦୌଡ, ଲମ୍ବ ଡିଆଁ, ବେଙ୍ଗ ଡିଆଁ, ପୁଚିଖେଳ ସହ ନାଚ ପ୍ରତିଯୋଗିତା ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା । ଗୁରୁବାର ଦିନର ଉଦ୍‌ଯାପନୀ ଦିବସରେ ସଂଘର ସଭାପତି ଧର୍ମେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି । ଏହି ପୁରସ୍କାର ବିତରଣୀ ଉତ୍ସବରେ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ତୁରେକେଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପୂଜା ବେହେରା, ଜିଲ୍ଲା ପରିଷଦ ଜୋନ ନଂ.୧୦ ସଭ୍ୟ କୌଶିକ ମେହେର, ବିଧାୟକ ପ୍ରତିନିଧି କାର୍ତିକ ପୁଟେଲ, ବିଶିଷ୍ଟ କଳାକାର ଶତୃଘନ ବେହେରା ମଂଚାସୀନ ଥିଲେ । ଏହି କାର୍ଯ୍ୟକ୍ରମଟିକୁ ଯୁବକ ସଂଘର ନବ ବେହେରା, ସୁରେଶ ବାଗ, ଜଲେନ୍ଦ୍ର ବାଗ, ସୁରେସ କୁଅଁର ଅଜୟ ବେହେରା, ଅଜୟ ବେହେରାଙ୍କ ସହିତ ଗ୍ରାମର ସମସ୍ତ ଯୁବକମାନଙ୍କ ପ୍ରଚେଷ୍ଟାରେ ପ୍ରତିବର୍ଷ ପାଳିତ ହୋଇଆସୁଅଛି । ବିଧାୟକ ସାଲୁଜା କୁକୁଡାହାଡରେ ନିର୍ମିତ ମିଶନ ଶକ୍ତି ଗୃହ ଉଦ୍‌ଘାଟନ କରି ମହିଳା ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ଲୋକାର୍ପଣ କରିବା ଅବସରରେ ଯୁବକ ସଂଘ କାର୍ଯ୍ୟାଳୟର ପାଚେରୀ ନିର୍ମାଣ ସହ ଅନ୍ୟାନ୍ୟ ଉନ୍ନତି ପାଇଁ ବିଧାୟକ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇବା ପ୍ରତିଶୃତିକୁ ସଂଘ ତରଫରୁ ଧନ୍ୟବାଦ ଦିଆଯାଇଛି ।

jayashree
Leave A Reply

Your email address will not be published.