om academy

ମା’ ଗୁଜେନ ମାଉଳି ଫୁଟବଲ ଟୁର୍ଣ୍ଣାମେଣ୍ଟ : ଆଗଲପୁର ଚମ୍ପିୟାନ

jsm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ପଞ୍ଚାୟତ କାଳକୁଟ ଗାଁରେ ଚାଲିଥିବା ମା’ ଗୁଜେନ ମାଉଳି ଫୁଟବଲ କ୍ଲବ ପକ୍ଷରୁ ଦ୍ଵିତୀୟ ବର୍ଷ ମା’ ଗୁଜେନ ମାଉଳି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ ଗୋଟି ଦଳ ଭାଗ ନେଇଥିବା ବେଳେ ଆଗଲପୁର ଓ ଦର୍ଲିମୁଣ୍ଡା ଦଳ ଫାଇନାଲ୍‌ ମ୍ୟାଚକୁ ଉତ୍ତୀର୍ଣ୍ଣ ହୋଇଥିଲେ । ଫାଇନାଲ ମ୍ୟାଚରେ ଦର୍ଲିମୁଣ୍ଡା ଦଳକୁ ପରାସ୍ତ କରି ଆଗଲପୁର ଦଳ ଚମ୍ପିୟାନ ହୋଇଥିଲା । ରେଫରି ଛବିଲାଲ ନାଏକ ଖେଳ ପରିଚାଳନା କରିଥିବା ବେଳେ ଲାଇନମ୍ୟାନ ଶେଷଦେବ ମଲ୍ଲିକ, ନବୀନ ବଗର୍ତ୍ତି, ମନୋଜ ରଥ ପ୍ରମୁଖ ସହଯୋଗ କରିଥିଲେ । ପ୍ରକାଶ ପାତ୍ର ଓ ଠଣସୁନ୍ଦର ତାଣ୍ଡି ଧାରା ବିବରଣୀ ପ୍ରଦାନ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ତଥା ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ସମ୍ମାନିତ ଅତିଥି ଭାବେ ନୂଆପଡା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ଜାମଖୁଣ୍ଟା ପଞ୍ଚାୟତର ସରପଞ୍ଚ ଉଦ୍ଧବ ବେହେରା, ଜିଲ୍ଲା ବିଜେଡ଼ି ଉପସଭାପତି ମନୋଜ ଦୀପ, ନୂଆପଡା ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ଅମିତ ସିଂଦେଓ, ଜିଲ୍ଲା ପରିଷଦ ସଦସ୍ୟ ମାଲ୍ୟବନ୍ତ ସୁନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରିଥିଲେ । ଖେଳ ପଡିଆକୁ କିପରି ମିନି ଷ୍ଟାଡିୟମ କରାଯିବ ସେ ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଅତିଥି କହିଥିଲେ । ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.